www.samajalive.in
Saturday, December 6, 2025
14.1 C
Bhubaneswar

ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ୫ ଛୁଇଁଲା, ୪୫ ସ୍ଥାନରେ ନିଆଁ ଲଗାଇଛନ୍ତି ବିକ୍ଷୋଭକାରୀ: ମୁଖ୍ୟମନ୍ତ୍ରୀ ଡକାଇଲେ ଜରୁରୀ ବୈଠକ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ନିଆଁ ଜଳୁଛି। ୩ ଦିନ ହେଲାଣି ଦିଲ୍ଲୀ ଅଶାନ୍ତ ହୋଇପଡ଼ିଛି। ଜାଫରାବାଦ, ମୌଜପୁର ଏବଂ ବ୍ରହ୍ମପୁରୀ ଅଞ୍ଚଳରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଗୁଳିମାଡ଼, ପଥରମାଡ଼ ଯୋଗୁ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଜଣେ କନଷ୍ଟେବଳ ମଧ୍ୟ ଅଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମଧ୍ୟ ଆକ୍ରମଣର ଶିକାର ହୋଇଛି। ଦିଲ୍ଲୀର ଡିସିପି, ଏସିପି ଓ କେତେଜଣ ପୁଲିସ କର୍ମଚାରୀଙ୍କ ସମେତ ୬୦ ଜଣ ହିଂସାରେ ଆହତ ହୋଇଛନ୍ତି। ବିକ୍ଷୋଭକାରୀ ୪୫ ସ୍ଥାନରେ ନିଆଁ ଲାଗାଇ ଦେଇଛନ୍ତି। ୧୦ ଜିଲାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ ହୋଇଥିଲେ ହେଁ ମଙ୍ଗଳବାର ସକାଳୁ ପୁଣି ଥରେ ବ୍ରହ୍ମପୁରୀ ଏବଂ ମୌଜପୁର ଅଞ୍ଚଳରେ ପଥରମାଡ଼ ସହିତ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ତେବେ ବ୍ରହ୍ମପୁରୀରେ ସକାଳୁ ପଥରମାଡ଼ ହେବା ପରେ ରାପିଡ୍‌ ଆକ୍ସନ ଫୋର୍ସ ସମ୍ପୃକ୍ତ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛି। ହିଂସା ପ୍ରଭାବିତ ଅଞ୍ଚଳରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବାବେଳେ ପରୀକ୍ଷା ବାତିଲ କରାଯାଇଛି।

ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରି ନ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜରୁରୀ ବୈଠକ ଡକାଇଛନ୍ତି। ନିଜ ସରକାରୀ ବାସଭବନରେ ଏହି ବୈଠକ ବସିବ। ଏଥିରେ ହିଂସା ପ୍ରଭାବିତ ଅଞ୍ଚଳର ବିଧାୟକ ଏବଂ ଅଧିକାରୀମାନେ ଉପସ୍ଥିତ ରହିବେ। କିପରି ହିଂସାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇ ପାରିବ ସେ ନେଇ ବୈଠକ​‌ରେ ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories