www.samajalive.in
Saturday, December 6, 2025
16.1 C
Bhubaneswar

ଆଣ୍ଡି ରୁଇଜ୍‌ ବିଶ୍ବ ହେଭିୱେଟ୍‌ ଚମ୍ପିଆନ୍‌

ନ୍ୟୁୟର୍କ : ଆମେରିକାର ଆଣ୍ଡି ରୁଇଜ୍‌ ବିଶ୍ବ ହେଭିୱେଟ୍‌ ବକ୍ସିଂ ଚମ୍ପିଆନ୍ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ସ୍ଥାନୀୟ ମାଡ଼ିସନ୍‌ ସ୍କୋୟାର ଗାର୍ଡେନରେ ବିଶ୍ବ ହେଭିୱେଟ୍‌ ଟାଇଟଲ୍‌ ପାଇଁ ଆୟୋଜିତ ମ୍ୟାଚ୍‌ରେ ରୁଇଜ୍‌ ଟାଇଟଲ୍‌ଧାରୀ ବ୍ରିଟେନ୍‌ର ଆନ୍ଥୋନି ଜୋସୱାଙ୍କୁ ପରାସ୍ତ କରିଥିଲେ।
ଏହି ମ୍ୟାଚ୍‌ରେ ରୁଇଜ୍‌ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ମୂଳରୁ ସେ ନିଜ ଶକ୍ତିଶାଳୀ ମୁଥ୍‌ରେ ୭ ରାଉଣ୍ଡ ମଧ୍ୟରେ ଜୋସୱାଙ୍କୁ ୪ଥର ଧରାଶାୟୀ କରାଇଥିଲେ। ଏହାପରେ ରେଫରୀ ମ୍ୟାଚ୍‌କୁ ବନ୍ଦ କରି ଦେବା ସହ ରୁଇଜ୍‌ଙ୍କୁ ଚମ୍ପିଆନ୍‌ ଘୋଷିତ କରିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ଜୋସୱା କହିଥିଲେ ସେ ବକ୍ସିଂ ଲଢିବାକୁ ଚାହୁଁଥିଲେ। ତେବେ ରେଫରୀ ମ୍ୟାଚ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ରେଫରୀଙ୍କ ନିଷ୍ପତ୍ତି ପ୍ରତି ଅସମ୍ମାନ ପ୍ରଦର୍ଶନ କରିବାକୁ ସେ ଚାହାନ୍ତି ନାହିଁ ବୋଲି ଜୋସୱା ସ୍ପଷ୍ଟ କରି ଦେଇଥିଲେ। ଦୀର୍ଘଦିନ ହେଭିୱେଟ୍‌ ଚମ୍ପିଆନ୍‌ ରହିଥିବା ପରେ ଟାଇଟଲ ହରାଇବା ନିଶ୍ଚିତ ଭାବେ ଦୁଃଖଦାୟକ। ତେବେ ପରବର୍ତ୍ତୀ ସମୟରେ ସେ ପୁନର୍ବାର ଟାଇଟଲ୍‌ ହାସଲ କରିବେ ବୋଲି ଜୋସୱା ମତ ଦେଇଛନ୍ତି। ଅନ୍ୟପକ୍ଷରେ ରୁଇଜ୍‌ ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଶ୍ବ ହେଭିୱେଟ୍‌ ଚମ୍ପିଆନ୍‌ ହେବାକୁ ସେ ଦୀର୍ଘଦିନ ହେବ ସ୍ବପ୍ନ ଦେଖୁଥିଲେ ଯାହାକି ସାକାର ହୋଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories