ସମାଜ ଡିଜିଟାଲ ଡେସ୍କ: ବରଗଡ ଜିଲା ଗାଇସିଲେଟ ଥାନା ଫିରଙ୍ଗିମାଲ ଗାଁରେ ଅଘଟଣ । ପୁଣି ଜଣେ ନାବାଳିକା ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ଫୁଟବଲ ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଠାବ କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣଙ୍କ ମାମୁଁ ଘରେ ରହି ପାଠ ପଢୁଥିଲେ, କେଉଁ କାରଣ ପାଇଁ ସେ ଏଭଳି ପଦକ୍ଷେପ ଗ୍ରହଣ କଲେ ତାହା ଜଣାପଡିନାହିଁ ।
Popular Categories



