ଭୁବନେଶ୍ୱର: ଏଏସ୍ ବିଏମ୍ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଯୁବ ସମ୍ମିଳନୀ-୨୦୨୫ ରବିବାର ଦିନ ଉଦଘାଟିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ୮୦୦ରୁ ଅଧିକ ବିଶେଷଜ୍ଞ, ପରିବେଶବିତ ଏବଂ ସମାଜ ସଂସ୍କାରକ ଯୋଗ ଦେଇଥିଲେ। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସାହସୀ, ପ୍ରତିଭାବାନ ଓ ସଚେତନ ଯୁବ ଶକ୍ତି ପାଇଁ ଓଡ଼ିଶା ଗର୍ବିତ। ଆମର ଏହି ଯୁବ ଶକ୍ତି ବିକଶିତ ଓଡ଼ିଶା ନିର୍ମାଣରେ ମୁଖ୍ୟ ଆୟୁଧ ସାଜିବେ । ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ଏକ କାର୍ଯ୍ୟ ନୁହେଁ ବରଂ ଏହା ରାଷ୍ଟ୍ରବାଦ ବୋଲି ରାଜ୍ୟପାଳ କହିଥିଲେ ।
ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ କହିଥିଲେ, ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନ ସହ ଲଢ଼ିବା ପାଇଁ ଆମର ଯୁବ ସମାଜ ପରବର୍ତ୍ତ ପିଢ଼ି ପାଇଁ ପ୍ରେରଣା ସାଜିବେ । ୟୁନିସେଫ୍ ଓଡ଼ିଶାର ୱିଲିୟମ୍ ହାନ ନଲୋନ୍ ବନ ବିଭାଗର ସ୍ଵତନ୍ତ୍ର ସଚିବ କେ ଏସ୍ ପ୍ରଦୀପ, ସୁଜିତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।




