www.samajalive.in
Saturday, December 6, 2025
26.1 C
Bhubaneswar

କୁନୋରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଥିବା ଏକ ଆଫ୍ରିକୀୟ ଅଣ୍ଡିରା ଚିତା ‘ପବନ’ର ମୃତ୍ୟୁ ଘଟିଛି। ମଙ୍ଗଳବାର ପବନର ମୃତଦେହ ପାର୍କରେ ଥିବା ଏକ ନାଳ ନିକଟରେ ପଡିଥିବା ଲକ୍ଷ୍ୟ କରାଯାଇଥିଲା। ଉକ୍ତ ଚିତାର ମୁଣ୍ଡ ଓ ଶରୀରର ଅଗ୍ରଭାଗ ପାଣିରେ ବୁଡି ରହିଥିଲା। ତେବେ ଚିତା ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ଜଣାପଡିଛି। ପାଣିରେ ବୁଡି ଚିତାଟି ପ୍ରାଣ ହରାଇଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପାର୍କ କର୍ତ୍ତୃପକ୍ଷ କହିଛନ୍ତି। ଭାରତୀୟ ପାଣିପାଗ ସହ ଖାପ ଖୁଆଇ ପାରୁନଥିବାରୁ ଆଗାମୀ ଦିନରେ ସୋମାଲିଆ, ତାଞ୍ଜାନିଆ, ସୁଦାନ ଓ କେନିୟା ଭଳି ଆଫ୍ରିକୀୟ ରାଷ୍ଟ୍ରରୁ ଚିତା ଆଣିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଚିତା ବଂଶ ବୃଦ୍ଧି କରିବାକୁ ୨୦୨୨ରେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇ କୁନୋ ପାର୍କରେ ଛଡାଯାଇଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories