www.samajalive.in
Sunday, December 7, 2025
18.1 C
Bhubaneswar

ଆଉ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୧୮୫୭୦୦କୁ ବୃଦ୍ଧି

ଭୁବନେଶ୍ଵର : ବୁଧବାର ରାଜ୍ୟରୁ ଆଉ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧,୮୫,୭୦୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡାରୁ ୨୩୨, ଅନୁଗୋଳରୁ ୨୦୯, ଜଗତସିଂହପୁରରୁ ୧୬୩, କେନ୍ଦ୍ରାପଡାରୁ ୧୬୧, ମୟୂରଭଞ୍ଜରୁ ୧୫୩, ରାୟଗଡାରୁ ୧୩୨ ଓ ଯାଜପୁରରୁ ୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

- Advertisement -

ସେହିପରି ବଲାଙ୍ଗୀରରୁ ୧୨୩, ବାଲେଶ୍ଵରରୁ ୧୧୯, ଭଦ୍ରକରୁ ୧୧୪, ସମ୍ବଲପୁର ୧୧୩, ବରଗଡ଼ରୁ ୧୧୨, କନ୍ଧମାଳରୁ ୮୭, ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୮୩, ସୁବର୍ଣ୍ଣପୁରରୁ ୭୯, ନବରଙ୍ଗପୁରରୁ ୭୫, କୋରାପୁଟରୁ ୭୨, ଗଞ୍ଜାମରୁ ୬୧, ନୂଆପଡା ୬୦, ମାଲକାନଗିରି ୫୬, ସୁନ୍ଦରଗଡ଼ରୁ ୫୫ ଏବଂ ନୟାଗଡରୁ ୫୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ ବୌଦ୍ଧରୁ ୪୯, ଗଜପତିରୁ ୩୯, କଳାହାଣ୍ଡିରୁ ୩୫, ଦେବଗଡ଼ରୁ ୨୧ ଓ ଷ୍ଟେଟ ପୁଲରୁ ୧୬୨ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏତି ସହିତ ରାଜ୍ୟରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୮୫,୭୦୦କୁ ବୃଦ୍ଧି ପାଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories