ଭିମସାରରେ ଆଉ ୨ କୋଭିଡ଼ ରୋଗୀଙ୍କ ମୃତ୍ୟୁ

ଚଳିତ ବର୍ଷ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା

ବୁର୍ଲା : ବୁର୍ଲା ଭିମସାରର କୋଭିଡ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଦୁଇଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଥିବା ମେଡିକାଲ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ବରଗଡ ଜିଲ୍ଲାର ମହିଳା ରୋଗୀ ରହିଥିବା ବେଳେ ଅନ୍ୟଜଣେ ସମ୍ବଲପୁର ଜିଲ୍ଲାର ପୁରୁଷ ରୋଗୀ ରହିଥିବା ସୂଚନା ମିଳିଛି। ସେପଟେ ଗତକାଲି ମଧ୍ୟ ଜଣେ କୋଭିଡ଼ ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି । ଅନ୍ୟପଟେ କୋଭିଡ ହସପିଟାଲରେ ୫ ଜଣ ରୋଗୀ ଭର୍ତ୍ତି ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଦୁଇଜଣ ସାଧାରଣ ବିଭାଗରେ ଚିକିତ୍ସାଧିନ ରହିଛନ୍ତି ।

kalyan agarbati

Comments are closed.