www.samajalive.in
Monday, December 15, 2025
26.1 C
Bhubaneswar

ଛାତ୍ରୀ ନିବାସର ବାର୍ଷିକ ଉତ୍ସବ

ଫୁଲବାଣୀ :  ଫୁଲବାଣୀ, ସରକାରୀ କନିଷ୍ଠ ମହାବିଦ୍ୟାଳୟ ଛାତ୍ରୀ ନିବାସର ବାର୍ଷିକ ଉତ୍ସବ ଅଧ୍ୟକ୍ଷା ଜ୍ୟୋତିର୍ମୟୀ କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଟିକାବାଲି କଲେଜର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ତାଙ୍କ ବକ୍ତବ୍ୟରେ ଗୋଟିଏ ନାରୀ ସଂସ୍କୃତି ସମ୍ପର୍ଣ୍ଣ ହେଲେ ଗୋଟିଏ ପରିବାର ଓ ଜାତି ସଂସ୍କୃତି ସମ୍ପର୍ଣ୍ଣ ହୋଇପାରିବ ବୋଲି ମତାମତ ଦେଇଥିଲୋ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ କେଦାରଗୌର କହଁର, ଅଧ୍ୟାପିକା ମୋନାଲିଶା ଦାସ, ରୁପେଶ୍ବରୀ କୁମୁରା, ଅଧ୍ୟାପକ ଗିରିଶ ଚନ୍ଦ୍ର ପ୍ରଧାନ, ପୁଲକ ଚନ୍ଦ୍ର ଫିଲିସ, ବିମଲ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଛାତ୍ରୀ  ନିବାସ ପକ୍ଷରୁ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ। ସନ୍ଧ୍ୟାରାଣୀ ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ, ଅଧ୍ୟାପିକା ବିମଳା ରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଛାତ୍ରୀ ସୁପ୍ରିୟା ଦିଗାଲ ଓ ରୁନିତା ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories