www.samajalive.in
Saturday, December 6, 2025
26.1 C
Bhubaneswar

କୁଟୁରା ମାଂସ ଜବତ, ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ସୁଡ୍ରୁକୁମ୍ପା ରେଞ୍ଜର ଡଙ୍ଗା ଅଞ୍ଚଳରୁ ଜଙ୍ଗଲୀ କୁଟୁରା ମୁଣ୍ଡ ଓ ହନୁ ମାଙ୍କଡ଼ର ଶୁଖିଲା ମାଂସ ଜବତ କରାଯାଇଛି। ଏହା ସହିତ ଜଙ୍ଗଲୀ ଜନ୍ତୁଙ୍କ ଶିକାର କରୁଥିବା ଏକ ୯ ଜଣିଆ ଦଳକୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣକୁ ଗିରଫ କରିଛି ବନବିଭାଗ । ଗିରଫ ଅଭିଯୁକ୍ତ ଜଣକ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଛିନିମାହୁଲ ଗାଁର ରମେଶ ଭେଙ୍ଗରା ବୋଲି ଜଣାପଡିଛି। ତାଠାରୁ ସଦ୍ୟ ୪ କିଲୋ କୁଟୁରା ମାଂସ ଓ ମୁଣ୍ଡ ସମେତ ହନୁ ମାଙ୍କଡ଼ର ୧ କିଲୋ ଶୁଖିଲା ମାଂସ ସମେତ ଶିକାର କାର୍ଯ୍ୟରେ ବ୍ୟବହାର ହେଉଥିବା ଟାଙ୍ଗିଆ, ଛୁରି, ଦଉଡି, ଜାଲ ଏବଂ ଗୁଲେଟ୍ ଆଦି ଜବତ କରାଯାଇଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଫୁଲବାଣୀ ଡିଏଫଓ ପ୍ରଶାନ୍ତ କୁମାର ପଟେଲ ।

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories