www.samajalive.in
Monday, December 15, 2025
26.1 C
Bhubaneswar

ଶଳା ଆକ୍ରମଣରେ ଭିଣୋଇ ମୃତ, ଅଭିଯୁକ୍ତ ଅଟକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ଶଳା ଆକ୍ରମଣରେ ଭିଣୋଇଙ୍କର ମୃତ୍ୟୁ ଘଟିଛି। ମୃତକ ନାଉପଦା ଗାଁର ଅଜୟ ନାଏକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ସୋମବାର ଦିନ ବାଲିପଟା ଗାଁର ସମ୍ପର୍କୀୟ ଶଳା ପ୍ରବୀଣ କୁମାର ଅଜୟ ଙ୍କୁ କୌଣସି କାମରେ ଘର ବାହାରକୁ ଡାକିଥିଲେ। ଅଜୟ ଏକ ବାଇକ ଯୋଗେ ଉକ୍ତ ସ୍ଥାନକୁ ଯାଇଥିଲେ। ହେଲେ ମଙ୍ଗଳବାର ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଅଜୟଙ୍କୁ ବହୁ ଖୋଜାଖୋଜି କରିଥିଲେ। ଏବଂ ଘର ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ କେନାଲରୁ କ୍ଷତବିକ୍ଷତ ଅବସ୍ଥାରେ ଅଜୟଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶଳା ପ୍ରବୀଣ କୁମାର ଅଜୟଙ୍କୁ ମାରିଥିବା ପରିବାର ଲୋକେ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ। ଛେଣ୍ଡିପଦା ପୁଲିସ୍‌ ଅଭିଯୁକ୍ତ ଶଳା ପ୍ରବୀଣ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories