www.samajalive.in
Saturday, December 6, 2025
14.1 C
Bhubaneswar

୩ଘଣ୍ଟା ଲିଫ୍ଟରେ ଫସିଲେ ରୋଗୀ; ଆଉ ତା’ପରେ. . .

ଅନୁଗୋଳ: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଟ୍ରମା କେୟାର ୟୁନିଟ୍‌ର ଲିଫ୍ଟରେ ଜଣେ ରୋଗୀ ୩ଘଣ୍ଟା ଫସି ରହିଥିବା ଜଣାପଡିଛି। ରବିବାର ଅପରାହ୍ଣ ୫ଟାରେ ଟ୍ରମା କେୟାର ହସ୍ପିଟାଲ ନୂତନ ଗୃହ ଲିଫ୍ଟରେ ଜଣେ ରୋଗୀ ପ୍ରଥମ ମହଲାକୁ ଯିବାବେଳେ ଲିଫ୍ଟଟି ହଠାତ ବନ୍ଦ ହୋଇଯାଇଥିଲା। ଯାହାଫଳରେ ରୋଗୀ ଜଣକ ଲିଫ୍ଟ ମଧ୍ୟରେ ରହିଯାଇଥିଲେ। ଲିଫ୍ଟରୁ ବାହାରିବା ପାଇଁ ଚିତ୍କାର କରିଥିଲେ ମଧ୍ୟ ବାହାରକୁ ଶୁଭିନଥିଲା। ତାଙ୍କର ମୋବାଇଲ ଫୋନ୍ ନେଟୱର୍କ ପାଇନଥିଲା। ୩ଘଣ୍ଟା ଧରି ଲିଫ୍ଟରେ ଅଟକି ରହିବା ପରେ ଜଣେ ବନ୍ଧୁଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇପାରିଥିଲା। ସେ ବନ୍ଧୁ ଜଣକ ଆସିବା ପରେ ତାଙ୍କୁ ଲିଫ୍ଟ ଭିତରୁ ଉଦ୍ଧାର କରାଯାଇଥିଲା। ଟ୍ରମାକେୟାର ବହିର୍ବିଭାଗ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲାଯାଇଥାଏ। ସମ୍ପୃକ୍ତ ରୋଗୀ ଏହା ଜାଣିପାରିନଥିଲେ। ଲିଫ୍ଟରେ ପ୍ରଥମ ମହଲାକୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଯିବା ସମୟରେ ଲାଇନ୍ ମ୍ୟାନ ଲିଫ୍ଟ ବନ୍ଦ୍ କରିଥିଲେ। ଲିଫ୍ଟ ବନ୍ଦ ହୋଇିଯବାରୁ ସେ ସେଥିରେ ଅଟକି ରହିଯାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories