ଅଙ୍ଗନବାଡ଼ି କର୍ମୀଙ୍କ ରଡ଼ି : କମ୍ପିଲା ଗାନ୍ଧୀମାର୍ଗ

0

ଭୁବନେଶ୍ୱର : ଅଲ୍‍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍‍ ୱାର୍କର୍ସ ଆସୋସିଏସନ୍‍ ପକ୍ଷରୁ ୧୦ ଦଫା ଦାବି ନେଇ ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି।
ଶୁକ୍ରବାର ପୂର୍ବାହ୍ଣ ୧୧ ସମୟରେ ସଭାନେତ୍ରୀ ସୌଦାମିନୀ ଦାସଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ୍‍ ଠାରୁ ଏକ ବିରାଟ ପଟୁଆରେ ବାହାରି ଲୋୟର ପିଏମ୍‍ଜିରେ ପହଞ୍ଚି ପ୍ରତିବାଦ କରିଥିଲା। ଅଙ୍ଗନବାଡ଼ି କର୍ମୀ, ସହାୟକ ଓ ମିନି ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯିବା ସହିତ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ୧୮ ହଜାର ଓ ସହାୟକଙ୍କୁ ୯ହଜାର ପ୍ରଦାନ ପାଇଁ ଦାବି କରାଯାଇଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ମାନ୍ୟତା ପ୍ରଦାନ କରିବା ସହିତ ପ୍ରତି କେନ୍ଦ୍ରର ଜଣେ ସହାୟକ ନିଯୁକ୍ତି ଦେବା, ସମସ୍ତ ସହରାଞ୍ଚଳରେ ଟି.ଏ/ଡି.ଏ ଲାଗୁ କରାଯିବା ସହିତ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳନା ପାଇଁ ପ୍ରତ୍ୟେକ ମାସରେ ଘରଭଡା ପ୍ରଦାନ,ଗାଁ କଲ୍ୟାଣ ସମିତିର କାର୍ଯ୍ୟଗୁଡିକରୁ କର୍ମୀଙ୍କୁ ବାଦ୍‍ ଦେବାକୁ ସଂଘ ଦାବି କରିଛି।
କର୍ମଚାରୀଙ୍କୁ ୬୦ ବର୍ଷ ପରିବର୍ତ୍ତେ ୬୫ ବର୍ଷକୁ ବୃଦ୍ଧି,ଅବସର ସମୟରେ ଗ୍ରାଚ୍ୟୁଟି ବାବଦକୁ ୨ ଲକ୍ଷ ଟଙ୍କା ପ୍ରଦାନ ସହିତ ମାସିକ ୩ହଜାର ଟଙ୍କା ଭତ୍ତା ଯୋଗାଇଦେବା ଭଳି ୧୦ ଦଫା ଦାବି ପୂରଣ ନେଇ ସଂଘ ଆନ୍ଦୋଳନ କରିଛି। ବିକ୍ଷୋଭ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ସମ୍ପାଦକ ଗୋକୁଳା ନନ୍ଦ ଜେନା, ରାଜ୍ୟ ସାଧାରଣ ସମ୍ପାଦିକା ସୁମିତ୍ରା ମହାପାତ୍ର, ସମ୍ପାଦିକା ନନ୍ଦିନୀ ପଣ୍ଡା, ବିନୟ କୁମାର ତ୍ରିପାଠୀ,ଶ୍ରୀନିବାସ ରାଓ, ସବିତା ନାୟକ,କଲ୍ୟାଣ ମହାନ୍ତି,ଜୟନ୍ତୀ ଜେନାଙ୍କ ସମେତ ବିଭିନ୍ନ ସଂଘର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବା ସହ ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

Leave A Reply