www.samajalive.in
Saturday, December 6, 2025
15.1 C
Bhubaneswar

ପଛୁଆ ଅଞ୍ଚଳର ଆଗୁଆ ଅଙ୍ଗନବାଡ଼ି ଦିଦି; ଡଙ୍ଗା ଚଳାଇ ନଈ ପାର ହେଉଛନ୍ତି

ମାଲକାନଗିରି : କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସାହସୀ ଅଙ୍ଗନବାଡି ଦିଦିଙ୍କ ସଂଘର୍ଷ। ସାବେରୀ ନଦୀର ସୁଅ କାଟି ନିଜେ ଚଳାଉଛନ୍ତି ଡଙ୍ଗା, ଚିନ୍ତା ଦୁର୍ଗମ ଅଞ୍ଚଳର ଶିଶୁଙ୍କ ଭବିଷ୍ୟତ। କଅଁଳ ମୁହଁରେ ହସ ଫୁଟାଇବାକୁ କସରତ କରୁଛନ୍ତି ଏହି ଦିଦି। ଦୈନିକ ଜୀବନକୁ ବାଜି ଲଗାଇ କର୍ମସ୍ଥଳରେ ଯିବାକୁ ପ୍ରସ୍ତୁତ ରୁହନ୍ତି ଆଦିବାସୀ ଅଞ୍ଚଳର ଆଗୁଆ ଅଙ୍ଗନବାଡ଼ି ଦିଦି। ଖରା,ବର୍ଷା ସବୁ ସମୟରେ ସାବେରୀ ଗର୍ଭର ସୁଅ କାଟି ନିଜେ ଡଙ୍ଗା ଚଲାଇ ନଦୀ ପାର ହେଉଛନ୍ତି ଅଙ୍ଗନବାଡି ଦିଦି କମଳା ସମରଥ। ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଲକଟିଗୁଡା ଗାଁର ଏଭଳି ଚିତ୍ର ଏବେ ସମଗ୍ର ମହିଳା ସମାଜ ପାଇଁ ପ୍ରେରଣାଦାୟୀ ହୋଇପାରିଛି।
କର୍ମସ୍ଥଳୀକୁ ଯିବା ପାଇଁ ପ୍ରତିଦିନ ବିପଦକୁ ସାମ୍ନା କରୁଛନ୍ତି କମଳା। କୁନି କୁନି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସାବେରୀ ନଦୀର ସୁଅ କାଟି ଆଗକୁ ବଢନ୍ତି। ପ୍ରତିଦିନ ନିଜେ କାତ ମାରି ସାବେରୀ ନଦୀରେ ନୌକା ଯାତ୍ରା କରନ୍ତି ଏହି ସାହାସୀ ଅଙ୍ଗନବାଡି ଦିଦି କମଳା। କେତେବେଳେ ଦେଶୀ ଡଙ୍ଗା ତ ଆଉ କେତେବେଳେ ସରକାରୀ ଡଙ୍ଗା ଚଳାଇ ନଦୀ ପାର ହେଉଛନ୍ତି। ମାଲକାନଗିରି ମାଥିଲି ବ୍ଲକ ଲକଟିଗୁଡା ଗାଁର କମଳାଙ୍କ ଏଭଳି ସଂଘର୍ଷମୟ କାହାଣୀ ଲୋକଲୋଚନକୁ ଆସିବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଅଙ୍ଗନବାଡି କେନ୍ଦ୍ରକୁ ଯିବା ପାଇଁ ବର୍ଷ ସାରା ସାବେରୀ ନଦୀ ପାର ହେଉଛନ୍ତି ସାହସୀ କମଳା। ଦୁର୍ଗମ ଅଞ୍ଚଳରେ ଛୋଟ ଛୋଟ ଶିଶୁଙ୍କ ମନରେ ଶିକ୍ଷାର ଆଲୋକ ଦେଖାଇବା ପାଇଁ ପ୍ରୟାସ କରୁଛନ୍ତି କମଳା। ସାବେରୀ ନଦୀରେ ଡଙ୍ଗା ଚଲାଇ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ପିଲାଙ୍କୁ ଦେଖିବା ପରେ ଡଙ୍ଗା ଚଳେଇବାର କଷ୍ଟ ଓ ବିପଦକୁ ଭୂଲିଯାଉଥିବା କମଳା କହନ୍ତି।
ରାଜ୍ୟର ଅନେକ ସ୍ଥାନରୁ କାମରେ ଅବହେଳା କରୁଥିବା ଖବର ସାମ୍ନାକୁ ଆସେ। କିନ୍ତୁ କମଳାଙ୍କ ପରି କର୍ମଚାରୀ ବି ରହିଛନ୍ତି, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ କର୍ମସ୍ଥଳକୁ ଯାଉଛନ୍ତି। ସୂଚନାଯୋଗ୍ୟ , ନିଜ କର୍ମସ୍ଥଳକୁ ବିଗତ ଦିନରେ ଚିତ୍ରକୋଣ୍ତା ଅଞ୍ଚଳରେ ଲାଇତୁମ୍ଭାରେ ନଦୀ ପାର ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏବେ ଦୁର୍ଗମ ଗଡର ଅଙ୍ଗନବାଡ଼ି ଦିଦି କମଳା ସମରଥ ନିଜେ ଡଙ୍ଗା ଚଲାଇ ନଦୀ ପାର ହେବା ଭଳି ସାହାସିକତାକୁ ସବୁସ୍ତରରେ ପ୍ରଶଂସା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories