www.samajalive.in
Saturday, December 6, 2025
26.1 C
Bhubaneswar

ମେସି, ରୋନାଲ୍‌ଡୋଙ୍କଠାରୁ କାହିଁକି ମାରାଡୋନା ଭଲ ଫୁଟବଲର୍‌

ବ୍ୟୁନ୍‌ସ ଆଇରିସ୍‌ : କିମ୍ବଦନ୍ତୀ ଫୁଟବଲର୍‌ ଆର୍ଜେଣ୍ଟିନାର ଡିଏଗୋ ମାରାଡୋନାଙ୍କର ବୁଧବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଫୁଟବଲ ଜଗତରେ ମାରୋଡାନା ଓ ବ୍ରାଜିଲ୍‌ର ପେଲେଙ୍କୁ ଶ୍ରେଷ୍ଠ ଫୁଟବଲର୍‌ର ମାନ୍ୟତା ମିଳିଛି। ମାରାଡୋନାଙ୍କ ପୂର୍ବରୁ ପେଲେ ବିଶ୍ବ ଫୁଟବଲରେ ଅନେକ ସୁନାମ ଅର୍ଜନ କରିଥିଲେ। ବର୍ତ୍ତମାନ ସମୟରେ ଆର୍ଜେଣ୍ଟିନାର ଲିଓଲେନ୍ ମେସି ଓ ପର୍ତ୍ତୁଗାଲ୍‌ର କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଫୁଟବଲର୍‌ ତାହାକୁ ନେଇ ଆଲୋଚନା ଜାରି ରହିଛି। ତେବେ ଏହି ଦୁଇଜଣଙ୍କ ଅପେକ୍ଷା ମାରାଡୋନା ଭଲ ଫୁଟବଲର୍‌ ବୋଲି ଅନେକ ଫୁଟବଲ ପ୍ରଶଂସକ ମତ ଦେଇଛନ୍ତି।
ଏହା ପଛରେ ଥିବା କାରଣ ସଂପର୍କରେ ଦୃଷ୍ଟିପାତ କଲେ ଯାହା ନଜରକୁ ଆସୁଛି ସେଥିରୁ ସ୍ପଷ୍ଟ ହୋଇଛି ୧୯୮୬ରେ ମାରାଡୋନା ଏକାକୀ ଆର୍ଜେଣ୍ଟିନାକୁ ଫୁଟବଲ୍‌ ବିଶ୍ବକପ୍‌ ଚମ୍ପିଆନ୍‌ କରାଇ ପାରିଥିଲେ। ୧୯୯୦ ବିଶ୍ବକପ୍‌ରେ ସେ ପୁନର୍ବାର ଆର୍ଜେଣ୍ଟିନାକୁ ଚମ୍ପିଆନ୍‌ କରାଇବାର ଖୁବ୍‌ ନିକଟବର୍ତ୍ତୀ ହୋଇଥିଲେ। ସେହି ସମୟରେ ମାରାଡୋନାଙ୍କୁ ସହଯୋଗ କରିବାକୁ ଆର୍ଜେଣ୍ଟିନା ଦଳରେ ସେପରି କୌଣସି ବିଶ୍ବସ୍ତରୀୟ ଫୁଟବଲ ଖେଳାଳି ନ ଥିଲେ। ନିଜ ଦମ୍‌ରେ ମାରାଡୋନା ଆର୍ଜେଣ୍ଟିନାକୁ ବିଶ୍ବର ଶକ୍ତିଶାଳୀ ଫୁଟବଲ୍‌ ଦଳର ମାନ୍ୟତା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ମେସି ଓ ରୋନାଲ୍‌ଡୋ ବର୍ତ୍ତମାନ ସୁଦ୍ଧା ଏପରି କାରନାମା କରି ଦେଖାଇ ପାରି ନାହାନ୍ତି। କ୍ଲବ ଫୁଟବଲକୁ ନଜର ଦେଲେ ମାରାଡୋନା ଇଟାଲୀର ନେପୋଲି ତରଫରୁ ଖେଳିବାକୁ ୧୯୮୪ରେ ଚୁକ୍ତି କରିଥିଲେ। ମାରାଡୋନା ନେପୋଲି ଦଳରେ ସାମିଲ ହେବା ପୂର୍ବରୁ ଏହି ଦଳର ସେପରି ଖ୍ୟାତି ନ ଥିଲା। ମାରାଡୋନାଙ୍କୁ ଏହି ଦଳର ପ୍ରଶଂସକମାନେ ଗୋଲ୍‌ଡେନ ବୟ ଡାକୁଥିଲେ। ମାରାଡୋନା ମଧ୍ୟ ଏହି କ୍ଲବ ପ୍ରଶଂସକଙ୍କୁ ନିରାଶ କରିନଥିଲେ। ନେପୋଲି ବ୍ୟତୀତ ମାରାଡୋନା ବାର୍ସିଲୋନା କ୍ଲବ ତରଫରୁ ମ୍ୟାଚ୍ ଖେଳିଥିଲେ। ଏହି ଦୁଇ କ୍ଲବର ପ୍ରଶଂସକ ମାରାଡୋନାଙ୍କୁ ଭଗବାନ ବୋଲି ମନେ କରନ୍ତି। ମାରାଡୋନା ନେପୋଲି ତରଫରୁ ଖେଳିବା ସମୟରେ ଏହି କ୍ଲବରେ ଅନ୍ୟ କୌଣସି ବିଶ୍ବସ୍ତରୀୟ ଫୁଟବଲର୍‌ ନ ଥିଲେ। ମାରାଡୋନା ନିଜ ଦମ୍‌ରେ କ୍ଲବକୁ ପ୍ରତିଷ୍ଠିତ କରାଇଥିଲେ। ଅନ୍ୟପକ୍ଷରେ ମେସି ଓ ରୋନାଲ୍‌ଡୋଙ୍କ କ୍ଲବସ୍ତରୀୟ ପ୍ରଦର୍ଶନ ଉପରେ ନଜର ପକାଇବା। ଏହି ଦୁଇ କ୍ଲବରେ ମେସି ଓ ରୋନାଲ୍‌ଡୋଙ୍କ ବ୍ୟତୀତ ଅନ୍ୟାନ୍ୟ ବିଶ୍ବସ୍ତରୀୟ ଫୁଟବଲର୍‌ ଅଛନ୍ତି। ଯେଉଁମାନେ ମେସି ଓ ରୋନାଲ୍‌ଡୋଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରି ଆସୁଛନ୍ତି। ମାରାଡୋନା ଯେତେବେଳେ କ୍ଲବ ଫୁଟବଲ ଖେଳୁଥିଲେ ସେତେବେଳେ ଦଳରେ ଏତେ ପରିମାଣରେ ବୈଷୟିକ ବିଶେଷଜ୍ଞ କିମ୍ବା ଫିଜିଓ ନ ଥିଲେ। ଯାହାକି ଅନେକ ଖେଳାଳିଙ୍କ କ୍ୟାରିୟର୍‌ରେ ଅନ୍ତରାୟ ସୃଷ୍ଟି କରିଥିଲା। ବର୍ତ୍ତମାନ ମେସି ଓ ରୋନାଲ୍‌ଡୋଙ୍କ ଯୁଗରେ ପ୍ରତି ଦଳରେ ବୈଷୟିକ ବିଶେଷଜ୍ଞ ଓ ଫିଜିଓ ରହୁଥିବାରୁ ସେମାନଙ୍କୁ ଅନେକ ସହାୟତା ମିଳିପାରୁଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories