www.samajalive.in
Monday, December 15, 2025
16.1 C
Bhubaneswar

କେନ୍ଦ୍ର ସରକାରରୁ ଅଲଗା ହେଲା ଟିଡିପି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆ ନ ଯିବା ପ୍ରସଙ୍ଗରେ ଅସନ୍ତୁଷ୍ଟ ତେଲୁଗ ଦେଶମ ପାର୍ଟି (ଟିଡିପି) କେନ୍ଦ୍ର ସରକାରରୁ ଅଲଗା ହେବାର ନିଷ୍ପତ୍ତି ନେଇଛି । ଟିଡିପି ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୁଧବାର ରାତିରେ ସାମ୍ବାଦିକ ସମ୍ମିଳନୀ ଆହୂତ କରି ଏହି ଘୋଷଣା କରିଛନ୍ତି । ଏ କ୍ରମରେ କେନ୍ଦ୍ର ସରକାରରୁ ଟିଡିପି ମନ୍ତ୍ରୀ ଗୁରୁବାର ସକାଳେ ଇସ୍ତଫା ଦେବେ । ହେଲେ ଟିଡିପି, ଏନଡିଏରୁ ଅଲଗା ହେବ ନାହିଁ ବୋଲି ଦଳ ସ୍ପଷ୍ଟ କରିଛି । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରୁନାହିଁ । ଆମେ ଏହି ପ୍ରସଙ୍ଗକୁ ବଜେଟ ଦିନରୁ ଉଠାଇ ଆସୁଛୁ । ମାତ୍ର ସବୁ ପ୍ରକାର ଚେଷ୍ଟା ବିଫଳ ହେଲା । ଜଣେ ଦାୟିତ୍ୱବାନ ନେତା ଭାବେ ସେ ନିଜ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ଉପଲବ୍ଧ ନଥିବାରୁ ସେ ଜଣାଇପାରିଲେ ନାହିଁ ବୋଲି କହିଛନ୍ତି । ଫଳରେ ଟିଡିପି କୋଟାରୁ କେନ୍ଦ୍ରରେ ମନ୍ତ୍ରୀ ଥିବା ଅଶୋକ ଗଜପତି ରାଜୁ ଏବଂ ୱାଇ.ଏସ୍‌ ଚୌଧୁରୀ ଗୁରୁବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଟିଡିପିର ସରକାରରୁ ଅଲଗା ହେବା ନିଷ୍ପତ୍ତିକୁକୁ ବିଜେପି ପାଇଁ ଶକ୍ତ ଝଟକା ଭାବେ ଗଣାଯାଉଛି । ସୂଚନା ଅନୁସାରେ ମଙ୍ଗଳବାର ବିଜୟୱାଡାରେ ଟିଡିପି ବିଧାୟକ ଦଳର ବୈଠକ ହୋଇଥିଲା । ଏହି ବୈଠକରେ ଉପସ୍ଥିତ ୧୨୫ ବିଧାୟକ ଏବଂ ୩୪ ବିଧାନ ପରିଷଦ ସଦସ୍ୟ କେନ୍ଦ୍ର ସରକାରଙ୍କ ବ୍ୟବହାରରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ଏନଡିରୁ ସମ୍ପର୍କ ଚ୍ଛିନ୍ନ କରିବାକୁ ଚାହୁଁଛନ୍ତି ବୋଲି ଆଲୋଚନା ହେଉଥିଲା । ମାତ୍ର ଟିଡିପି ଏନ୍‌ଡିଏରୁ ଅଲଗା ହେବ ନାହିଁ ବୋଲି ଚନ୍ଦ୍ରବାବୁ ସ୍ପଷ୍ଟ କରିଛନ୍ତି । ପ୍ରକାଶ ଯେ ବୁଧବାର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ କାର୍ଯ୍ୟକାରୀ କରାଯାଇଥିବାରୁ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇପାରିବ ନାହିଁ। ସମ୍ବିଧାନର ନିୟମ ଅନୁଯାୟୀ କେବଳ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ତିନିଟି ପାର୍ବତ୍ୟ ରାଜ୍ୟକୁ ହିଁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇପାରିବ। ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ପରିବର୍ତ୍ତେ ଏହାକୁ ଅନୁରୂପ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ପଦକ୍ଷେପ ନେଇଛନ୍ତି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories