www.samajalive.in
Saturday, December 6, 2025
15.1 C
Bhubaneswar

ପୁଣି ଆନ୍ଧ୍ର ନଜରରେ ସୀମାନ୍ତ ଅଞ୍ଚଳ: ଓଡିଶା ସୀମାରେ ରାସ୍ତା ନିର୍ମାଣ କରୁଛି, ପ୍ରଶାସନର ତାଗିଦ ପରେ କାମ ବନ୍ଦ 

ଗୁଣୁପୁର: ପୁଣି ସୀମା ଲଂଘିଲା ଆନ୍ଧ୍ର। ଓଡ଼ିଶାର ସୀମାନ୍ତବର୍ତ୍ତି ତଥା ଦୁର୍ଗମ ଗିରି କନ୍ଦର ଅଞ୍ଚଳ ଏବେ ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ। ପ୍ରଥମେ କୋରାପୁଟ ଜିଲ୍ଲା କୋଟିଆ, ପରେ ଗଞ୍ଜାମ, ଗଜପତି ଆଉ ଏବେ ରାୟଗଡା ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ କବଜା କରିବା ଲକ୍ଷ୍ୟରେ ଆନ୍ଧ୍ର ସରକାର। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ଦୁର୍ଗମ ମୋରମା ପଞ୍ଚାୟତର ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ସରକାର ନିର୍ମାଣ କରୁଛନ୍ତି ରାସ୍ତା। ଗୁଣୁପୁର ଉପଖଣ୍ଡ ପ୍ରଶାସନର ତାଗିଦ ପରେ ଏବେ ଏଠାରେ କାମ ବନ୍ଦ ରହିଛି।

ଗୁଣୁପୁର ବ୍ଲକ ମୋରମା ପଞ୍ଚାୟତ ଅନ୍ତର୍ଗତ କତାଗୁଡା ଗ୍ରାମ ନିକଟରେ ଥିବା ଇରିଡି ଘାଟି ଅଞ୍ଚଳରେ ପାହାଡ଼ କଟାଯାଇ କରାଯାଉଛି ରାସ୍ତା। କଲଭର୍ଟ ବି ନିର୍ମାଣ ହୋଇଛି। ପକ୍କା ରାସ୍ତା ନିର୍ମାଣ ପାଇଁ ଜମା ହୋଇଛି ଚିପ୍ସ ଓ ବାଲି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମୁନିମଖୋଲରୁ ଓଡ଼ିଶାର ଇରିଡି ଘାଟି ଦେଇ ପ୍ରାୟ ୨ କିଲୋମିଟର ରାସ୍ତା ଆନ୍ଧ୍ର ସରକାର ନିର୍ମାଣ କରାଉଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ରାୟଗଡା ବ୍ଲକ ବୈରାଗୀ ହାଲୁଆ ପଞ୍ଚାୟତର ବଡ କୁଲୁଟି ଅଞ୍ଚଳରେ ଏଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା। ଜିଲ୍ଲାରେ ଏଭଳି ଘଟଣା ଦ୍ୱିତୀୟ ଥର ଦେଖିବାକୁ ମିଳିଛି।

- Advertisement -

କୌଣସି ସୂତ୍ରରୁ ଖବର ପାଇ ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହିତ ଓଡିଶା ସୀମା ନିର୍ଦ୍ଧାରଣ କରି ଏକ ସୀମାନ୍ତ ଫଳକ ନିର୍ମାଣ କାର୍ୟ୍ୟ ଆରମ୍ଭ କରିଛନ୍ତି। ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବର୍ତ୍ତମାନ ସେଠାରେ ଆନ୍ଧ୍ର ପଟୁ କାର୍ୟ୍ୟ ବନ୍ଦ ରହିଛି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ଗୁଣୁପୁର ଉପଜିଲ୍ଲାପାଳ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories