www.samajalive.in
Monday, December 15, 2025
27.1 C
Bhubaneswar

ଆକ୍ଟିଭ୍‌ ସର୍ଭେଲାନ୍ସ ଅନୁସାରେ କଟକ ସହରରେ ଚାଲିଛି ଟେଷ୍ଟିଂ, କୋଭିଡ୍‌ ଭଲ୍ୟୁଣ୍ଟର ଭାବେ ପ୍ଲାଜ୍‌ମା ଦାନ ପାଇଁ ଆହ୍ବାନ

ଭୁବନେଶ୍ବର: କଟକ ସହରରେ କୋଭିଡ୍‌ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସ୍‌ମିଟ୍‌ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା କଟକ ସହରର କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ଏବଂ ସିଏମ୍‌ସି କମିଶନର ଅନନ୍ୟା ଦାସ ଏହି ପ୍ରେସ୍‌ମିଟ୍‌ରେ ଯୋଗଦେଇଥିଲେ। ଏହି ଅବସରରେ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଥିଲେ ଯେ କଟକ ସହରରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୬୭୧ ରହିଥିବାବେଳେ ସେଥିମଧ୍ୟରୁ ୨୯୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି କରୋନା ଆକ୍ଟିଭ୍‌ କେସ ୩୬୭ ରହିଛି ଓ ୮ଜଣଙ୍କର ମୃତ୍ୟୁ ହୋଇଛି। ଗତ ସପ୍ତାହରେ ହିଁ ୨୬୪ଟି କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ୨୬୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୧% ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ଆକ୍ଟିଭ୍‌ ସର୍ଭେଲାନ୍ସ ଅନୁସାରେ ସହରରେ ଟେଷ୍ଟିଂ ଚାଲିଛି। କଟକ ସହରରେ ବର୍ତ୍ତମାନ ସୁଦ୍ଧା ୩ଟି କଣ୍ଟେନ୍‌ମେଣ୍ଟ ଜୋନ୍ ରହିଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଯୁଗ୍ମ ପରିବାରରେ ରହୁଥିବାଲୋକେ ଯତ୍ନବାନ ହୁଅନ୍ତୁ। କଟକରେ ଏବେ ହୋମ୍‌ ଆଇସୋଲେସନ୍‌ ପାଇଁ ଅନୁମତି ଦିଆଯାଇଛି। ହୋମ୍‌ ଆଇସୋଲୋସନ୍‌ ଗାଇଡ୍‌ଲାଇନ୍‌ରେ ଆସୁଥିବା ବ୍ୟକ୍ତିଙ୍କୁ ଅନୁମତି ମିଳୁଛି।
କରୋନା ଚିକିତ୍ସା କରିବା ପାଇଁ କଟକବାସୀଙ୍କୁ ପ୍ଲାଜ୍‌ମା ଦାନ କରିବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା କଟକ ସହରର କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ଆହ୍ବାନ ଦେଇଛନ୍ତି। ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନେ ସ୍ବେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ କରିବାକୁ ଆଗେଇ ଆସନ୍ତୁ ଏବଂ କୋଭିଡ୍‌ ଭଲ୍ୟୁଣ୍ଟର ଭାବେ ପ୍ଲାଜ୍‌ମା ଦାନ କରନ୍ତୁ ବୋଲି ସୌରଭ ଗର୍ଗ ପ୍ରେସ୍‌ମିଟ୍‌ରେ ପ୍ରକାଶ କରିଛନ୍ତି। ସେହିପରି ପ୍ଲାଜ୍‌ମା ଦାନ ପାଇଁ ମଧ୍ୟ ସହରବାସୀଙ୍କୁ କମିଶନର ଅନନ୍ୟା ଦାସଙ୍କ ଅପିଲ୍‌ କରିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories