www.samajalive.in
Saturday, December 13, 2025
27.1 C
Bhubaneswar

ମହିଳା ଓ ଶିଶୁ ନିର୍ଯାତନାର ରାଜନୀତିକରଣ ଅମାନବୀୟ – ନବୀନ

ଭୁବନେଶ୍ୱର: ଚଳିତ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ପୂର୍ବରୁ ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ନେଇ ରାଜ୍ୟ ରାଜନୀତି ଯେତିକି ସରଗରମ ନ ଥିଲା, ବରଂ ବିଧାନସଭା ଅଧିବେଶନ ଆରମ୍ଭ ହେବ ପରେ ବିରୋଧୀ ଦଳ ଗୁଡିକ ଅଧିକ ସକ୍ରିୟ ହୋଇଛନ୍ତି। ବିଧାନସଭାର ଦ୍ଵିତୀୟ ଦିନରୁ ଆଜି ଯାଏଁ ପ୍ରତ୍ୟେହ ବିରୋଧୀ ଦଳ ଓ ସଦସ୍ୟମାନେ ସ୍ମିତାରାଣୀ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହେଉଥିବା ରାଜନୀତି ବନ୍ଦ କରି ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ନିର୍ଯାତନା ପ୍ରତି ଵିଵେକୀ ହେବାକୁ ରାଜନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି…
“ଆପଣମାନେ ଭୁଲିଯାଆନ୍ତୁ ଯେ ମୁଁ ୧୯ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଛି କି ବିଜୁ ଜନତା ଦଳର ଅଧ୍ୟକ୍ଷ ରହିଛି। ବିଧାନସଭାର ଜଣେ ବରିଷ୍ଠ ସଦସ୍ୟ ଭାବରେ ମୁଁ କହିବାକୁ ଚାହୁଁଛି, କୌଣସି ମାନବୀୟ ବିପତ୍ତି ବିଶେଷ କରି ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଘଟଣାର ରାଜନୀତିକରଣ ଅମାନବୀୟ ଅଟେ।”

- Advertisement -

ମହିଳାଙ୍କ ପ୍ରତି ଦୁଷ୍କର୍ମ, ହତ୍ୟା ଓ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି ପ୍ରସଙ୍ଗର ରାଜନୀତିକରଣ ପୀଡିତ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଅଧିକ ଦୁଃଖ ଦେଇଥାଏ ଏବଂ ସମାଜକୁ ଭୁଲ ବାର୍ତ୍ତା ଦିଏ। ଶିଶୁମାନଙ୍କ ପ୍ରତି ବିଗତ ଦିନରେ ଘଟିଥିବା ଘଟଣାରେ ପସ୍କୋ ଆଇନରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇଥିବା ବିଷୟ ଉଲ୍ଲେଖ କରି ନବୀନ କହିଛନ୍ତି, ତାଙ୍କ ସରକାର ଏଭଳି ଘଟଣା ପ୍ରତି କଠୋର ଆଭିମୁଖ୍ୟ ରଖିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories