www.samajalive.in
Saturday, December 6, 2025
23.1 C
Bhubaneswar

ଦେଶ ବିରୋଧୀ ନାରା ଦେଇଥିବା ଯୁବତୀ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତ: ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବେଙ୍ଗାଲୁରୁରେ ଆୟୋଜିତ ରାଲିରେ ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓୱେସୀଙ୍କ ସାମ୍ମାନରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଅମୂଲ୍ୟା ଲିୟୋନଙ୍କର ଆତଙ୍କବାଦୀଙ୍କ ସହିତ ସମ୍ପର୍କ ରହିଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦ୍ଦୁରପ୍ପା କହିଛନ୍ତି। ତାକୁ ଜାମିନ ମିଳିବା ଉଚିତ ନୁହେଁ । ତା’ ବାପା ବି ତା’କୁ ସହାୟତା କରିବେ ନାହିଁ ବୋଲି କହିଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ, ଆତଙ୍କବାଦୀଙ୍କ ସହିତ ତା’ର ସମ୍ପର୍କ ରହିଛି। ତା’କୁ କଠୋର ଦଣ୍ଡ ଦେବା ଜରୁରୀ ବୋଲି ୟେଦ୍ଦୁରପ୍ପା କହିଛନ୍ତି।

ଅନ୍ୟପଟେ ଅମୂଲ୍ୟା ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ତା’କୁ ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗୃହମନ୍ତ୍ରୀ ବାସୱାରାଜ ବୋମ୍ମଇ କହିଛନ୍ତି ଯେ, ଅମୂଲ୍ୟ ଏଭଳି ସ୍ଥାନରୁ ଆସିଛି, ଯେଉଁଠି ଦୀର୍ଘ ସମୟ ପର୍ଯ୍ୟନ୍ତ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ତା’ର ଫେସବୁକରେ ବି ଅନେକ ପୋଷ୍ଟ ଶେୟାର କରାଯାଇଛି। ଏହି ଦିଗ ପ୍ରତି ମଧ୍ୟ ତଦନ୍ତ କରାଯିବ।

- Advertisement -

ବେଙ୍ଗାଲୁରୁ ପୁଲିସ କମିଶନର ଭାସ୍କର ରାଓ କହିଛନ୍ତି, ଅମୂଲ୍ୟା ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆୟୋଜକଙ୍କ ଭୂମିକା କ’ଣ ରହିଛି ତାହା ଯାଞ୍ଚ କରାଯାଉଛି। ସାଂସଦ ଓୱେସୀଙ୍କ ଭୂମିକା ଦେଖିବାକୁ ମିଳିନାହିଁ, କାରଣ ସେ ବି ଜଣେ ଆମନ୍ତ୍ରିତ ଅତିଥି ଥିଲେ ବୋଲି ରାଓ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories