ସିଡନୀ : ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଟିମ୍ ବିଜୟ ସହ ବିଶ୍ବକପର ଯାତ୍ରା ଆରମ୍ଭ କରିିଛି। ଭାରତୀୟ ଦଳ ଅଷ୍ଟ୍ରେିଲିଆ ମହିଳା କ୍ରିକେଟ ଟିମକୁ ୧୭ରନରେ ପରାସ୍ତ କରିଛି।
ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପାଇଁ ୧୩୩ ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଥିଲା। କଙ୍ଗାରୁ ଦଳ ଭାରତର ଏହି ବିଜୟ ଲକ୍ଷ୍ୟକୁ ପିଛା କରିବାରେ ଅସମର୍ଥ ହୋଇଛି। ଭାରତ ପକ୍ଷରୁ ପୁନମ ରାଉତ ମାତ୍ର ୧୯ ରନ୍ ନେଇ ୪ଟି ଓ ଶିଖା ୧୩ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଛନ୍ତି।
#TeamIndia begin the #T20WorldCup campaign with a win over Australia ??? #AUSvIND pic.twitter.com/JKcPaGUibf
— BCCI Women (@BCCIWomen) February 21, 2020



