www.samajalive.in
Saturday, December 6, 2025
19.1 C
Bhubaneswar

୪୪ ବର୍ଷ ବୟସରେ ଦ୍ବିତୀୟ ଥର ପାଇଁ ମାଆ ହେଲେ ଶିଳ୍ପା: ଘରକୁ ଆସିଲା କୁନି ପରୀ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ୪୪ ବର୍ଷ ବୟସରେ ଦ୍ୱିତୀୟଥର ମାଆ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶିଳ୍ପା ନିଜେ ଏହି ସୂଚନା ଦେଇଛନ୍ତି। ସରୋଗେସି ଜରିଆରେ ଫେବୃୟାରୀ ୧୫ ତାରିଖରେ ତାଙ୍କର ଏକ ଝିଅ ହୋଇଥିବା ସେ କହିଛନ୍ତି। ଏହାସହ  ଝିଅର ହାତ ସହ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ସେ ଶେୟାର କରିଛନ୍ତି। ଝିଅର ନାଁ ସମୀଷା ରଖାଯାଇଛି ବୋଲି କହିଛନ୍ତି। ଫଟୋ ଶେୟାର କରି ‘‘ଓମ୍‌ ଗଣେଶାୟ ନମଃ। ଆମ ପ୍ରାର୍ଥନାର ଆଜି ଫଳ ମିଳିଛି। ଆମ ଘରକୁ ଆଜି କୁନି ପରୀ ଆସିଛି’’ ବୋଲି ଶିଳ୍ପା ପୋଷ୍ଟରେ ଲେଖିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟ ଦେଖି ସମସ୍ତେ ଶିଳ୍ପା ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

https://www.instagram.com/p/B80Uq2RB3yj/?utm_source=ig_web_copy_link

- Advertisement -

ସୂଚନାଯୋଗ୍ୟ, ୨୦୦୯ ମସିହା ନଭେମ୍ବର ୨୨ ତାରିଖରେ ଶିଳ୍ପା ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ୨୦୧୨ରେ ତାଙ୍କ ପୁଅ ଭିଆନ୍‌ ଜନ୍ମ ହୋଇଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories