www.samajalive.in
Sunday, December 14, 2025
26.1 C
Bhubaneswar

ଗୁରୁଦ୍ବାରରେ ଥିଲା ଅମୃତପାଲ ସିଂ, ଗିରଫ କଲା ପଞ୍ଜାବ ପୁଲିସ

ଚଣ୍ଡିଗଡ଼: ପଞ୍ଜାବ ପୁଲିସର ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ ଅମୃତପାଲ ମୋଗାର ରୋଡ ଗାଁର ଗୁରୁଦ୍ୱାରରେ ଥିବା ବିଷୟରେ ସୂଚନା ପାଇବା ପରେ ଆମେ ସମଗ୍ର ଗାଁକୁ ଘେରି ରହି ଅମୃତପାଲ ସିଂଙ୍କୁ ଗିରଫ କରିବାରେ ସଫଳ ହୋଇଛୁ।

ଅମୃତପାଲ ସିଂଙ୍କୁ ଗିରଫ କରାଯବା ପ୍ରସଙ୍ଗରେ ପଞ୍ଜାବ ପୁଲିସ ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ ଅମୃତପାଲଙ୍କ ବିରୋଧରେ ଗିରଫ ୱାରେଣ୍ଟ ପରୱାନା ଜାରି କରାଯାଇଥିଲା, ଯାହା ପରବର୍ତ୍ତି ସମୟରେ ତାଙ୍କୁ ଏନଏସଏ ଅଧୀନରେ ଗିରଫ କରାଯାଇଥିଲା। ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ ଆମେ ଅମୃତପାଲ ସିଂଙ୍କୁ ଅପରେସନ୍ ଚଳାଇ ସକାଳ ୬.୪୫ରେ ଗିରଫ କରିଥିଲୁ। ଏହି ସମଗ୍ର ଅପରେସନ୍ ସମୟରେ ପଞ୍ଜାବର ଲୋକମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଏଥିପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଦେଉଛୁ। ଏହା ସହିତ ଆଇଜି ସୁଖଚେନ ସିଂ ଗିଲ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ପଞ୍ଜାବବାସୀଙ୍କୁ ନିବେଦନ କରିଛନ୍ତି।

- Advertisement -

ପଞ୍ଜାବ ପୋଲିସର ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ ଆମକୁ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଅମୃତପାଲ ସିଂ ରୋଡ ଗାଁର ଗୁରୁଦ୍ୱାରରେ ଥିବା ଜାଣିବାକୁ ପାଇଥିଲୁ। ଗୁରୁଦ୍ୱାର ସାହେବଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଆମେ ତାଙ୍କୁ ଗିରଫ କରିଛୁ। ତାଙ୍କୁ ଗିରଫ କରିବା ପରେ ତାଙ୍କୁ ଆସାମର ଡିବ୍ରୁଗଡ ଜେଲକୁ ପଠାଇଦିଆଯାଇଛି। ମାସ ମାସ ଧରି ପଳାଉଥିବା ଅମୃତପାଲ ସିଂଙ୍କୁ ଆଜି ମୋଗା ଜିଲାର ପଞ୍ଜାବ ପୁଲିସ ଗିରଫ କରିଛି। ଏହା ପରେ ତାଙ୍କୁ ଡିବ୍ରୁଗଡ ଜେଲକୁ ପଠାଯାଇଛି।

ଅମୃତପାଲଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଉପରେ ଏନଏସଏ ମଧ୍ୟ ଲାଗୁ କରାଯାଇଛି। ପଞ୍ଜାବ ପୁଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ତାଙ୍କ ସନ୍ଧାନରେ ନିରନ୍ତର ନିୟୋଜିତ ଥିଲେ। ଅମୃତପାଲଙ୍କୁ ଧରିବା ପାଇଁ ନେପାଳ ସୀମା ପର୍ଯ୍ୟନ୍ତ ସାରା ଦେଶରେ ଅପରେସନ୍ କରାଯାଇଥିଲା ବୋଲି ସୁଖଚେନ ସିଂ ଗିଲ ପ୍ରକାଶ କରିଛନ୍ତି। ଏଥି ସହ ପଞ୍ଜାବ ପୁଲିସ ଅମୃତପାଲ ସିଂଙ୍କ ଗିରଫଦାରୀ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛି।

ପଳାତକ ‘ୱାରିସ୍ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂଙ୍କୁ ରବିବାର ସକାଳେ ପଞ୍ଜାବ ପୁଲିସ ଗିରଫ କରିଛି। ଗତ ୩୫ଦିନ ହେଲା ଅମୃତପାଲ ଫେରାର ଥିବା ବେଳେ ଆଜି ତାକୁ ଗିରଫ କରାଯାଇଛି। ଅମୃତପାଲ ଗିରଫ ହେବା ପରେ ଏବେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜର ଏକ ଭିଡିଓ ଟ୍ବିଟ କରି ପଞ୍ଜାବ ପୁଲିସ ଓ ପଞ୍ଜାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories