ମୋହନା: ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ହୋଇଯାଇଛି। ରୀତିନୀତି ଅନୁସାରେ, ପୁରୋହିତ ଶିବରାମ ସାହୁ ଓ ଭୋଳା ସାହୁ ମନ୍ଦିରରେ ରଥ କାଠକୁ ପୂଜାର୍ଚ୍ଚନା କରିଥିଲେ। ସୁରେନ୍ଦ୍ର ମହାରଣା ଓ କିଶୋର ମାଝୀ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥ କାର୍ଯ୍ୟ ଅନୁକୂଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିରର ସଭାପତି ତଥା ଗାଁ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର, ସମ୍ପାଦକ ଅଶୋକ କୁମାର ବେହେରା, କାହ୍ନୁ ଦଣ୍ଡସେନା, ରାମ ଦଳେଇଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
Popular Categories



