www.samajalive.in
Saturday, December 13, 2025
23.1 C
Bhubaneswar

ଅମୃତସର ବିସ୍ଫୋରଣ: ଜଣେ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ : ଅମୃତସର ଆତଙ୍କବାଦୀ ଆକ୍ରମଣ ଘଟଣାରେ ତଦନ୍ତକାରୀ ପୁଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ଗିରଫ ବ୍ୟକ୍ତିର ନାମ ବିକ୍ରମଜିତ୍‍ ସିଂହ(୨୬) ଓ ତାର ଘର ଧରିୱାଲ ଗ୍ରାମରେ। ଅନ୍ୟ ଜଣଙ୍କ ନାମ ଅବତାର ସିଂହ। ଅବତାରକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ଏବଂ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅବରିନ୍ଦର ସିଂହ। ଏହି ଆକ୍ରମଣ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ସମର୍ଥିତ ଖଲିସ୍ତାନ ଲିବରେସନ ବାହିନୀ (କେଏଲ୍‍ଏଫ୍‍)ର ହାତ ରହିଛି ବୋଲି ଅମରିନ୍ଦର ବୁଧବାର କହିଛନ୍ତି। କେବଳ ସେତିକି ନୁହେଁ ବିସ୍ଫୋରଣରେ ବ୍ୟବହୃତ ଗ୍ରେନେଡ ପାକିସ୍ତାନରେ ନିର୍ମିତ ବୋଲି ପ୍ରମାଣ ମିଳିଥିବା ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏହି ଆକ୍ରମଣରେ ରାଜନୈତିକ ସମ୍ପୃକ୍ତିକୁ ସେ ଅସ୍ୱୀକାର କରିଛନ୍ତି। ଅମୃତସରର ରାଜସାନ୍‍ସୀ ଗ୍ରାମରେ ଚାଲିଥିବା ସନ୍ଥ ନିରଙ୍କରୀ ଭକ୍ତ ସମାବେଶ ଉପରେ ରବିବାର ଦୁଇ ଜଣ ବ୍ୟକ୍ତି ଗ୍ରେନେଡ ମାଡ଼ କରିଥିଲେ। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ପଞ୍ଜାବ ପୁଲିସ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରୀ ଭାବେ କେଏଲଏଫ୍‍ର ହରମିତ୍‍ ସିଂହ ‘ପିଏଚ୍‍ଡି’ ଓରଫ ହାପି ବୋଲି ପ୍ରକାଶ କରିଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories