www.samajalive.in
Sunday, December 7, 2025
14.1 C
Bhubaneswar

ଅମ୍ପନ୍‌ ବାତ୍ୟା ପ୍ରଭାବ: ରାଜ୍ୟର ୮୯ ବ୍ଲକର ୪୪ଲକ୍ଷ ଲୋକ କ୍ଷତିଗ୍ରସ୍ତ, ତୁରନ୍ତ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର: ବାତ୍ୟା ଅମ୍ପନର ପ୍ରଭାବରେ ରାଜ୍ୟର ୮୯ଟି ବ୍ଲକ୍‌ର ୪୪ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟାରେ ହୋଇଥିବା ପ୍ରଭୂତ କ୍ଷତି, ବିଶେଷ ଭାବେ ଏହିସବୁ ଜିଲ୍ଲାଗୁଡ଼ିକରେ ଫସଲ କ୍ଷତି ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ କ୍ଷତିଗ୍ରସ୍ତ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର ସକାଶେ ନିର୍ଦେଶ ଦେଇଛନ୍ତି। ମାନବସମ୍ବଳ ଓ ଆବଶ୍ୟକ ସାମଗ୍ରୀର ଉପଯୋଗ କରି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାଘାଟ ମରାମତି, ସଂଯୋଗୀକରଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ସେ ମଧ୍ୟ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ୩ ଦିନ ମଧ୍ୟରେ ଫସଲ କ୍ଷତି ଆକଳନ କରିବା ସହିତ ସପ୍ତାହକ ମଧ୍ୟରେ କ୍ଷତିଗ୍ରସ୍ତ ଓ ଭାଙ୍ଗିଯାଇଥିବା ଗୃହଗୁଡ଼ିକ ସମ୍ପର୍କରେ ଆକଳନ କରିବାକୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଆକାଶ ମାର୍ଗରୁ ରାଜ୍ୟର ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ପରିଦର୍ଶନ କରିଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories