www.samajalive.in
Saturday, December 6, 2025
16.1 C
Bhubaneswar

ଦେଶରେ ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦେଶରେ ପୁଣିଥରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସର୍ବାଧିକ ଲୋକପ୍ରିୟତା କ୍ଷେତ୍ରରେ ନବୀନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଲୋକପ୍ରିୟତା ନବୀନଙ୍କଠୁ କମ୍‌ ଥିବା ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି। ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ଲୋକପ୍ରିୟତା ଏବଂ ଆପ୍ରୁଭାଲ ରେଟିଂ ଜାଣିବାକୁ ଇଣ୍ଡିଆ ଟୁଡେ ପକ୍ଷରୁ ନିକଟରେ ସର୍ବେକ୍ଷଣ କରାଯାଇଥିଲା। ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦ ନେସନ୍ ସର୍ଭେ ମୁତାବକ, ନବୀନ ପଟ୍ଟନାୟକ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ନବୀନଙ୍କ ଲୋକପ୍ରିୟତା ରେଟିଂ (ମୂଲ୍ୟାୟନ) ୫୨.୭% ରହିଛି। ନବୀନଙ୍କ ତଳକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତାଙ୍କର ଲୋକପ୍ରିୟତା ରେଟିଂ ରହିଛି ୫୧.୩%। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୪୮.୬% ରେଟିଂ ସହ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ତଳକୁ ଚତୁର୍ଥ ସ୍ଥାନରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ତାଙ୍କୁ ମିଳିଛି ୪୨.୬% ରେଟିଂ। ତ୍ରିପୁରା ମୁଖ୍ୟମନ୍ତ୍ରୀ ଡ. ମାଣିକ ସାହା ୪୧.୪% ଲୋକପ୍ରିୟତା ରେଟିଂ ପାଇ ୫ମ ସ୍ଥାନରେ ରହିଛନ୍ତି। ପ୍ରଥମ ୫ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ କଂଗ୍ରେସ କିମ୍ବା ଅନ୍ୟ ଦଳ ଶାସିତ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀଙ୍କ ନାଁ ନାହିଁ। ତାଲିକାରେ ପ୍ରଥମ ନାଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରହିଥିବାବେଳେ ବାକି ୪ ମୁଖ୍ୟମନ୍ତ୍ରୀ ବିଜେପି ଶାସିତ ରାଜ୍ୟର ଅଟନ୍ତି। କେବଳ ଏଥର ନୁହେଁ ବିଭିନ୍ନ ସର୍ବେକ୍ଷଣରେ ନବୀନ ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଆଗରେ ରହିଥାନ୍ତି। ବାରମ୍ବାର ସେ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଓଡ଼ିଶାର ଅପ୍ରତିଦ୍ବନ୍ଦ୍ବୀ ଏବଂ ସଫଳ ଶାସକ ଭାବେ ନବୀନ ତାଙ୍କ ଯାତ୍ରା ଜାରି ରଖିଛନ୍ତି। ଗତ ସପ୍ତାହରେ ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦ ନେସନ୍ ସର୍ଭେରେ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କୁ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ କରାଯାଇଥିଲା। ନିର୍ବାଚନକୁ ଆଉମାତ୍ର କେଇଟା ଦିନ ବାକି ଥିବାବେଳେ ନବୀନ ଦେଶରେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଏହି ସର୍ବେକ୍ଷଣ ଦଳୀୟ ନେତାଙ୍କ ଭିତରେ ଉତ୍ସାହକୁ ଦ୍ବିଗୁଣିତ କରିଛି। ସୂଚନାଯୋଗ୍ୟ, ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ରାଜ୍ୟବାସୀଙ୍କ ସେବା କରିଚାଲିଛନ୍ତି। ଦୀର୍ଘଦିନ ଧରି ଶାସନରେ ରହିଥିଲେ ବି ଲୋକପ୍ରିୟତା ତାଙ୍କର କମିନି। ପ୍ରତିଥର ଭୋଟ ହାର ବଢ଼ିବାରେ ଲାଗିଛି। ୨୦୨୪ରେ ଜିତିଲେ ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ରେକର୍ଡ ସୃଷ୍ଟି କରିବେ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories