www.samajalive.in
Saturday, December 6, 2025
17.1 C
Bhubaneswar

ଓଡ଼ିଶାକୁ ଛୁଇଁଲା ‘ଆମ୍ଫନ’ର ଆଉଟର୍‌ ୱାଲ୍‌, ଆଜି ରାତିରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ

– ବାତ୍ୟାର ଆଖି ୩୦ କି.ମି. !

– ଗୋପାଳପୁରଠାରୁ ୨୧୦ କି.ମି. ଓ ପାରାଦୀପଠାରୁ ୧୨୦ କି.ମି. ଦୂରରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ

- Advertisement -

– ବୁଧବାର ସନ୍ଧ୍ୟାରେ ଦୀଘା-ହାତିଆ ଦ୍ବୀପ ମଝିରେ ଲାଣ୍ଡଫଲ କରିବ

– ଉପକୂଳ ଓଡ଼ିଶାରେ ବର୍ଷା, ପବନ ଆରମ୍ଭ

– କାଲି ସକାଳୁ ସନ୍ଧ୍ୟା ଯାଏ ୬ ଜିଲାରେ ପ୍ରବଳ ବର୍ଷା, ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୩୫ କି.ମି. ରହିବ

ଭୁବନେଶ୍ଵର: ସମୁଦ୍ର ଭିତରେ ମହାବାତ୍ୟାରେ ପରିଣତ ହୋଇଥିବା ବାତ୍ୟା ଆମ୍ଫନ କ୍ରମଶଃ ଦୁର୍ବଳ ହେଉଛି। ସ୍ଥଳଭାଗ ଛୁଇଁବା ବେଳକୁ ଆମ୍ଫନ ଆଉ ମହାବାତ୍ୟା ରୂପରେ ନ ଥିବ। ଏହା ଅତି ଭୟଙ୍କର ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ। ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୫ କିଲୋମିଟର ମଧ୍ୟରେ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ବାତ୍ୟା ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାତିଆ ଦ୍ବୀପ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେଣୁ ଆଜି ରାତିରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ରହିବ। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ମଙ୍ଗଳବାର ମଧ୍ୟାହ୍ନ ପରେ ଆମ୍ଫନର ଆଉଟର୍‌ ୱାଲ ବା ବହିଃର୍ଭାଗ ଓଡ଼ିଶା ଉପକୂଳକୁ ଛୁଇଁଛି। ଏହାର ପ୍ରଭାବରେ ଉପକୂଳ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ଆମ୍ଫନ ଏବେ ପାରାଦୀପଠାରୁ ୪୮୦ କି.ମି. ଦୂରରେ ଥିବାବେଳେ ଘଣ୍ଟାପ୍ରତି ୧୫ କି.ମି. ବେଗରେ ଆଗକୁ ବଢୁଛି।

ତେବେ ବାତ୍ୟାର ବିପଦ ଓଡ଼ିଶା ପାଇଁ ସେତେଟା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଜିରୋ କାଜୁଆଲିଟି ଲକ୍ଷ୍ୟରେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେବା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଗ୍ନିଶମ, ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସନ୍ଧ୍ୟା ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ମିଳିଛି। ଆଜି ରାତିରୁ ଆସନ୍ତା କାଲି ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ପ୍ରଭାବରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ପବନ ବହିବା ସମୟରେ ବାହାରକୁ ନ ବାହାରିବା ସହିତ ଗାଡ଼ିମୋଟର ଚଳାଚଳ ନ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି।

ବାତ୍ୟା ଯୋଗୁ ଭଦ୍ରକ ଏବଂ ବାଲେଶ୍ଵର ଜିଲାରେ ବିଶେଷ ପ୍ରଭାବ ଅନୁଭୂତ ହେବ। ଏହି ଦୁଇ ଜିଲାରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି। ଦକ୍ଷିଣ ଓଡ଼ିଶାରେ ବି ବର୍ଷା ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟାରେ ଗୋପାଳପୁର ଉପକୂଳଠାରୁ ୨୧୦ କିଲୋମିଟର ଦୂରରେ ବାତ୍ୟା ଅତିକ୍ରମ କରିବାକୁ ଥିବାବେଳେ କାଲି ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ପାରାଦୀପ ଉପକୂଳଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଏହା ଅତିକ୍ରମ କରି ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ କହିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories