www.samajalive.in
Saturday, December 6, 2025
19.1 C
Bhubaneswar

କମୁଛି ଅମ୍ପନ ତୀବ୍ରତା; ୧୫୫ରୁ ୧୬୫ କିଲୋମିଟର ଗତିରେ ସୁନ୍ଦରବନରେ ଛୁଇଁବ ଭୂ-ଭାଗ

ଭୁବନେଶ୍ଵର: ସାମୁଦ୍ରିକ ଘୂର୍ଣିଝଡ଼ ‘ଅମ୍ପନ’ର ତୀବ୍ରତା କମୁଛି । ମହାବାତ୍ୟା କ୍ରମଶଃ ଦୁର୍ବଳ ହେଉଛି । ପୂର୍ବରୁ ଏହା ମହାବାତ୍ୟା ବା ସୁପର ସାଇକ୍ଲୋନ୍ ରୂପ ଧାରଣ କରିବ ବୋଲି ଯେଉଁ ଆକଳନ ହୋଇଥିଲା ତାହା ଏବେ ଅତିଭୀଷଣ ଘୂର୍ଣିଝଡ଼ର ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।

- Advertisement -

 

ପୂର୍ବରୁ ଅମ୍ପନର ଗତି ୨୫୦ କିଲୋମିଟର ଅତିକ୍ରମ କରିବ ବୋଲି ଆକଳନ କରାଯାଇଥିଲା । ମାତ୍ର ସମୁଦ୍ରରେ ଦୀର୍ଘ ସମୟ ଧରି ଗତି କରିବା ପରେ ଏହାର ତୀବ୍ରତା ସାମାନ୍ୟ ହ୍ରାସ ପାଇଛି ବୋଲି କୁହାଯାଉଛି । ଆସନ୍ତାକାଲି ଦୁଇଟାରୁ ରାତି ୭ଟା ମଧ୍ୟରେ ଏହା ସୁନ୍ଦରବନରେ ଭୂ-ଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୫୫ ରୁ ୧୬୫ କିଲୋମିଟର ରହିବାର ସମ୍ଭାବନା ଅଛି । ସେହିପରି ସର୍ବାଧିକ ତୀବ୍ର ଧକ୍କାର ବେଗ ବା ଗଷ୍ଟିଂ ଓ୍ୱିଣ୍ଡ ସ୍ପିଡ୍‌ ଘଣ୍ଟାପ୍ରତି ୧୮୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଉଛି ।

ଆଜି ଅପରାହ୍ନ ଗୋଟାଏ ବେଳକୁ ଅମ୍ପନ ପାରାଦୀପର ଦକ୍ଷିଣରେ ୫୨୦ କିଲୋମିଟର ଓ  ଦୀଘାଠାରୁ ୬୭୦ କିଲୋମିଟର ଦୂର ବଙ୍ଗପସାଗରରେ ରହିଛି । ସମୁଦ୍ରରେ ଗତ ୬ଘଣ୍ଟା ହେଲା ଘଣ୍ଟାକୁ ୧୪ କିଲୋମିଟର ବେଗରେ ଉତ୍ତର ଓ ଉତ୍ତରପୂର୍ବ ଦିଗକୁ ଗତି କରୁଛି । ସମୁଦ୍ରରେ ଅମ୍ପନର ଆଖି (ନାଭିକେନ୍ଦ୍ର) ପ୍ରାୟ ୨୦ କିଲୋମିଟର ବ୍ୟାସର ବୋଲି ଆକଳନ କରାଯାଇଛି । ଏହିସ୍ଥିତିରେ ଯେଉଁ ସ୍ଥାନରେ ଏହି ଘୂର୍ଣିଝଡ଼ ଭୂଭାଗ ସ୍ପର୍ଶ କରିବ ସେଠାରେ ଅନ୍ୟୂନ ୬୦ କିଲୋମିଟର ପରିଧିରେ ଏହା ପ୍ରଳୟ ସୃଷ୍ଟି କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଇଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories