www.samajalive.in
Saturday, December 13, 2025
18.1 C
Bhubaneswar

୨୮ରେ ଯୋଗଦେବେ ଅମିତ ଶାହା : ୨୯ବର୍ଷ ପରେ ଓଡ଼ିଶାରେ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକ

ଭୁବନେଶ୍ୱର : ଦୀର୍ଘ ୨୯ବର୍ଷ ପରେ ଓଡ଼ିଶାରେ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକ(ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ମିଟିଂ) ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୨୮ରେ ଲୋକସେବା ଭବନର ନବ ଉଦଘାଟିତ କନଫରେନ୍ସ ହଲରେ ପୂର୍ବାଞ୍ଚଳ ପରିଷଦ ବୈଠକ ବସିବ। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ କୁମାର ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାର ପ୍ରଭୃତି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟସଚିବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପୂର୍ବାଞ୍ଚଳ ରାଜ୍ୟଗୁଡିକ ସହିତ କେନ୍ଦ୍ରର ବିଭିନ୍ନ ଆଭ୍ୟନ୍ତରୀଣ ବିଷୟବସ୍ତୁ ଉପରେ ଆଲୋଚନା ହେବ। ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ଥିବା କର୍ତ୍ତବ୍ୟରେ କେଉଁଠି ଅବହେଳା ହେଉଛି ଏବଂ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ କ’ଣ ସବୁ ଆବଶ୍ୟକତା ରହିଛି ସେନେଇ ବିସ୍ତୃତ ଆଲୋଚନା କରାଯିବ।

ଷ୍ଟେଟ ରେକୋଗନାଇଜେସନ ଆକ୍ଟ-୧୯୫୬ ଅନୁଯାୟୀ ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ଦୁଇବର୍ଷ ପରେ ୧୯୫୯ରେ ଏବଂ ୧୯୭୯ରେ ଭୁବନେଶ୍ବରରେ ପୂର୍ବାଞ୍ଚଳ ବୈଠକ ଅନୁଷ୍ଠିତ ହୋଇଥିଲା। ଶେଷଥର ପାଇଁ ୧୯୯୧ ସେପ୍ଟେମ୍ବର ୨୧ରେ ଭୁବନେଶ୍ବରରେ ବୈଠକ ବସିଥିଲା। ଦୀର୍ଘ ୨୯ବର୍ଷ ପରେ ପୁଣିଥରେ ଲୋକସେବା ଭବନରେ ପୂର୍ବାଞ୍ଚଳ ବୈଠକ ଅନୁଷ୍ଠିତ ହେବାକୁ ରହିଛି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories