www.samajalive.in
Friday, December 12, 2025
15.1 C
Bhubaneswar

ତିନି ଡେଣା ଓ ଚାରି ଡେଣା ପଙ୍ଖାର ବିଶେଷତ୍ବ

# ଆଉ ଦିନ କେଇଟା ପରେ ଗରମର ସ୍ପର୍ଶ ଅନୁଭୂତ ହେବ। ଘରେଘରେ ଫ୍ୟାନ୍ ଲଗାଇବା ଆରମ୍ଭ ହୋଇଯିବ। ଦିନରାତି ୨୪ଘଣ୍ଟା ଏହି ଫ୍ୟାନ୍ ଅଧିକାଂଶଙ୍କ ଘରେ ବୁଲୁଥାଏ। ଆପଣ କେବେ ଧ୍ୟାନ ଦେଇଛନ୍ତି କି ବଜାରରେ ମିଳୁଥିବା ତିନି ଡେଣା ଓ ଚାରି ଡେଣା ପଙ୍ଖାର ବିଶେଷତ୍ବ। ଜନୈକ ଭାରତୀୟ ଇଂଜିନିୟରଙ୍କ ମତରେ ତିନି ଡେଣା ଥିବା ଫ୍ୟାନ୍ ଦେଶୀ ଓ ଚାରି ଡେଣା ଫ୍ୟାନ୍ ବିଦେଶୀ। ଆମ ଦେଶରେ ମଧ୍ୟ ଚାରି ଡେଣା ଫ୍ୟାନ୍ ବିକ୍ରି ପାଇଁ ଉପଲବ୍ଧ, ତେବେ ଖୁବ୍ କମ୍ ସଂଖ୍ୟକ ଲୋକ ଏହା କିଣିବାକୁ ପସନ୍ଦ କରନ୍ତି। ପଙ୍ଖାକୁ ଏଭଳି ଭାବେ ତିଆରି କରାଯାଇଛି ଯେ ତାହା ଘୂରିବା ମାତ୍ରେ ଥଣ୍ଡା ପବନ ହୋଇଥାଏ। ଆମେରିକା ଓ ଇଉରୋପ ଆଦି ଥଣ୍ଡା ରାଷ୍ଟ୍ରରେ ଚାରି ଡେଣା ଥିବା ପଙ୍ଖାକୁ ପ୍ରାଧାନ୍ୟ ଦିଆଯାଏ। କାରଣ ସେଠାରେ ପଙ୍ଖାର ଉପଯୋଗ ଖୁବ୍ କମ୍ ହେଉଥିବାବେଳେ ଗରମ ଦିନେ ଲୋକେ ଶୀତତାପନିୟନ୍ତ୍ରିତ ଯନ୍ତ୍ର ବ୍ୟବହାର କରିଥାନ୍ତି। କକ୍ଷର ଚତୁର୍ଦିଗକୁ ଶୀତତାପନିୟନ୍ତ୍ରିତ ଯନ୍ତ୍ରର ଶୀତଳତା ଯିବା ନିମନ୍ତେ ୪ଡେଣା ପଙ୍ଖା ଭଲ କାମ କରେ। ଏହା ସହ ଏହି ପଙ୍ଖା ଖୁବ୍ ଧୀର ଗତିରେ କାମ କରେ। ଅନ୍ୟପାଖେ ତିନି ଡେଣା ପଙ୍ଖା ଖୁବ୍ ହାଲୁକା ହୋଇଥିବାବେଳେ ତାହା ଜୋର୍‌ରେ ଘୂରେ। ଆଜିକାଲି ଯେଉଁ ଭାରତୀୟ ଲୋକ ଅଧିକାଂଶ ସମୟ ଘରେ ଶୀତତାପନିୟନ୍ତ୍ରିତ ଯନ୍ତ୍ର ଲଗାଉଛନ୍ତି, ସେମାନେ ମଧ୍ୟ ଏହି ୪ଡେଣା ପଙ୍ଖା ଲଗାଇବା ଉଚିତ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories