www.samajalive.in
Saturday, December 6, 2025
16.1 C
Bhubaneswar

୮୫୦ ଚାଷୀଙ୍କ କୋଟି କୋଟି ଟଙ୍କାର ଋଣ ସୁଝିବେ ଅମିତାଭ୍‍

ମୁମ୍ବଇ : ବଲିଉଡର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ଅମିତାଭ୍‍ ବଚ୍ଚନ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ତାଙ୍କ କହିବା ଅନୁସାରେ, ସେ ଉତ୍ତରପ୍ରଦେଶର ୮୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଋଣ ପରିଷୋଧ କରିବାରେ ସେମାନଙ୍କୁ ସାହାଯ୍ୟ କରିବେ। ପୂର୍ବରୁ ବିଗ୍‍ ବି ମହାରାଷ୍ଟ୍ରର ୩୫୦ ରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଋଣ ସୁଝିବାରେ ସାହାଯ୍ୟ କରିଥିଲେ।

ସାମାଜିକ ଗଣମଧ୍ୟମରେ ସେ ଲେଖିଛନ୍ତି, “ପ୍ରାୟ ୩୫୦ ଜଣ ଚାଷୀଙ୍କୁ ଋଣ ସୁଝିବା କଷ୍ଟକର ହେଉଥିଲା। ଋଣ ବୋଝ ବଢିବା ଦ୍ୱାରା ସେମାନେ ଆତ୍ମହତ୍ୟାର ବାଟ ଆପଣେଇବାକୁ ବାଧ୍ୟ ହେଉଥିଲେ। ଚାଷୀ ଆତ୍ମହତ୍ୟାକୁ ରୋକିବା ପାଇଁ ନିକଟରେ ସେମାନଙ୍କ ଋଣ ପରିଷୋଧ କରାଯାଇଛି”।

- Advertisement -

“ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ବିଦର୍ଭ ର ଚାଷୀମାନଙ୍କ ଋଣ ପରିଷୋଧ କରାଯାଇଥିଲା। ଏହାପରେ ଏବେ ଉତ୍ତରପ୍ରଦେଶରେ ୮୫୦ ଚାଷୀଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ଋଣ ବୋଝ ତଳେ ଚାପି ହୋଇ ରହିଛନ୍ତି। ସେମାନଙ୍କ ୫.୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଋଣ ପରିଷୋଧ କରିବାରେ ସାହାଯ୍ୟ କରାଯିବ”।

ସେ ପୁନର୍ବାର ଲେଖିଛନ୍ତି, “କେବିସି ର କର୍ମବୀର ଏପିସୋଡ଼୍‍ରେ ଆସିଥିବା ଅଜିତ ସିଂହଙ୍କୁ ମଧ୍ୟ ସାହାଯ୍ୟ କରାଯାଉଛି”। ଗରୀବ ଓ ଅସହାୟଙ୍କୁ ସାହାଯ୍ୟ କରିବା ଦ୍ୱାରା ସନ୍ତୁଷ୍ଟି ଭରା ଅନୁଭବ ମିଳିଥାଏ ବୋଲି ବିଗ୍‍ ବି କହିଛନ୍ତି। ତେବେ କିଛି ଦିନ ପୂର୍ବରୁ ଅମିତାଭ ମହାରାଷ୍ଟ୍ରର ୪୪ ପରିବାରଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ, ଯେଉଁମାନଙ୍କ ଘର ଲୋକ ସହିଦ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories