www.samajalive.in
Friday, December 12, 2025
16.1 C
Bhubaneswar

ଆଇସିସି ନିୟମକୁ ଅମିତାଭ ବଚ୍ଚନଙ୍କ କଟାକ୍ଷ

ମୁମ୍ବଇ : ଇଂଲଣ୍ଡରେ ଖେଳାଯାଇଥିବା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ର ଫଳାଫଳ ​‌େ​‌ଯପରି ନିର୍ଦ୍ଧାରଣ କରାଗଲା ତାହାକୁ କଟାକ୍ଷ କରିଛନ୍ତି ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ।
ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ଖେଳାଯାଇଥିଲା। ନିର୍ଦ୍ଧାରିତ ଓଭରରେ ଉଭୟ ଦଳ ସମାନ ସଂଖ୍ୟକ ରନ୍‌ ସ୍କୋର କରିଥିବା ବେଳେ ଫଳାଫଳ ପାଇଁ ସୁପର ଓଭରର ସହାୟତା ନିଆଯାଇଥିଲା। ସୁପର ଓଭରରେ ମଧ୍ୟ ଉଭୟ ଦଳ ସମାନ ସଂଖ୍ୟକ ରନ୍‌ ସ୍କୋର କରିଥିଲେ। ତେବେ ଆଇସିସିର ନିୟମ ଅନୁଯାୟୀ ଇଂଲଣ୍ଡ ମ୍ୟାଚ୍‌ରେ ଅଧିକ ବ୍ରାଉଣ୍ଡ୍ରି ହାସଲ କରିଥିବାରୁ ଏହି ଦଳକୁ ଚମ୍ପିଆନ୍‌ ଘୋଷଣା କରାଯାଇଥିଲା। ଆଇସିସିର ଏହି ନିୟମକୁ ବିଶ୍ବବ୍ୟାପୀ କ୍ରିକେଟର୍‌, କ୍ରିକେଟ୍‌ପ୍ରେମୀ ନାପସନ୍ଦ କରିବା ସହ ନିୟମରେ ପରିବର୍ତ୍ତନ ହେବା ନିହାତି ଆବଶ୍ୟକ ବୋଲି ମତ ଦେଇଥିଲେ। ଏହି କ୍ରମରେ ଯୋଡ଼ି ହୋଇଛନ୍ତି ଅମିତାଭ ବଚ୍ଚନ। ନିଜ ଟ୍ବିଟର୍‌ ଆକାଉଣ୍ଟରେ ଅମିତାଭ ଆଇସିସି ନିୟମକୁ କଟାକ୍ଷ କରି ଦର୍ଶାଯାଇଛନ୍ତି ‘ମୋ ନିକଟରେ ୨ ହଜାର ଓ ଆପଣଙ୍କ ନିକଟରେ ୨ ହଜାର ଟଙ୍କା ଅଛି। ତେବେ ଆପଣଙ୍କ ନିକଟରେ ଗୋଟିଏ ୨ ହଜାର ଟଙ୍କିଆ ନୋଟ୍‌ ଥିବା ବେଳେ ମୋ ପାଖରେ ୪ଟି ୫୦୦ ଟଙ୍କିଆ ନୋଟ୍‌ ରହିଛି। ତେବେ କୁହନ୍ତୁ କିଏ ଧନୀ। ଆଇସିସି ନିୟମ କହୁଛି ଯାହାପାଖରେ ୪ଟି ୫୦୦ ଟଙ୍କିଆ ନୋଟ୍‌ ଅଛି ସେ ଧନୀ’। ଅମିତାଭଙ୍କ ବ୍ୟତୀତ ଅନ୍ୟତମ ଅଭିନେତା ପରେଶ ରାୱଲ୍‌ ମଧ୍ୟ ଆଇସିସି ନିୟମକୁ ସମାଲୋଚନା କରିଛନ୍ତି। ଅମିତାଭ ଟ୍ବିଟ୍‌ କରି ଦର୍ଶାଇଛନ୍ତି ବିଶ୍ବକପ୍‌ ସମୟରେ ଆଇସିସି ଧୋନିଙ୍କ ଗ୍ଲୋଭ୍‌ସ ବଦଳାଇବା ଅପେକ୍ଷା ସୁପର ଓଭର ନିୟମରେ ପରିବର୍ତ୍ତନ କରିବା ଆବଶ୍ୟକ। ପୂର୍ବରୁ ଗୌତମ ଗମ୍ଭୀର, ରୋହିତ ଶର୍ମା, ବ୍ରେଟ୍‌ ଲି, ଯୁବରାଜ ସିଂହଙ୍କ ସମେତ ଅନେକ କ୍ରିକେଟର୍‌ ଆଇସିସିର ବାଉଣ୍ଡ୍ରି ନିୟମକୁ ସମାଲୋଚନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories