www.samajalive.in
Saturday, December 13, 2025
21.1 C
Bhubaneswar

‘ଓଡ଼ିଶା କ୍ରୀଡ଼ାରେ ନୂଆ ଅଧ୍ୟାୟ ସୃଷ୍ଟିହୋଇଛି’

କଟକ : ଗତ କିଛିବର୍ଷ ହେଲା କ୍ରୀଡ଼ାକୁ ଓଡ଼ିଶା ସରକାର ପ୍ରୋତ୍ସାହନ ଦେଇ ଆସୁଛନ୍ତି। ପୂର୍ବରୁ ଓଡ଼ିଶାରେ ଏକାଧିକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇଛି। ବୁଧବାର କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌ ଆୟୋଜନ ସହ ଓଡ଼ିଶା କ୍ରୀଡ଼ାରେ ଏକ ନୂତନ ଅଧ୍ୟାୟ ସୃଷ୍ଟିହୋଇଛି ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ କହିଛନ୍ତି। ଉପରୋକ୍ତ ପ୍ରତିଯୋଗିତା ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଦେବ କହିଥିଲେ, ଏହି ଚମ୍ପିଆନ୍‌ସିପ ମାଧ୍ୟମରେ ଦେଶବିଦେଶର କ୍ରୀଡ଼ାବିତ୍‌ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିବା ସହ ସାଂସ୍କୃତିକ ଆଦାନ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏହାସହ ରାଜ୍ୟ ସରକାର ଏକ ହାଇପର୍ଫର୍ମାନ୍‌ସ ସେଣ୍ଟର ଖୋଲିବା ପାଇଁ ବିଚାର କରୁଛନ୍ତି ବୋଲି ଶ୍ରୀଦେବ କହିଥିଲେ।
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ମହାସଂଘର ଅଧ୍ୟକ୍ଷ ଇଂଲଣ୍ଡର ଆଲାନ୍ ରାନ୍‌ସମ୍ ଓଡ଼ିଶାର ଆତିଥ୍ୟ ସହ ଏଠାକାର ବନ୍ଦୋବସ୍ତକୁ ବେଶ୍ ପ୍ରଶଂସା କରିଥିଲେ। ଏହା ସହ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମକୁ ରାନ୍‌ସମ ପ୍ରଶଂସା କରିଥିଲେ। ଗତ କିଛିବର୍ଷ ହେଲା ଭାରତୀୟ ଖେଳାଳି ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରଦର୍ଶନ କରିବା ​ଟେବୁଲ ଟେନିସ ପାଇଁ ଏକ ଶୁଭ ଖବର ବୋଲି ରାନ୍‌ସମ କହିଥିଲେ। ମହାସଂଘର ମହାସମ୍ପାଦକ ମାଲେସିଆର ଚାନ୍ ଫୁଙ୍ଗ୍ କିଓଙ୍ଗ୍ ଉପସ୍ଥିତ ଥିଲେ। ଭାରତୀୟ ଟେବୁଲ ଟେନିସ୍ ମହାସଂଘ (ଟିଟିଏଫ୍‌ଆଇ)ର ବରିଷ୍ଠ ଉପସଭାପତି ସଞ୍ଜୟ ସିଂହ କହିଥିଲେ ଯେ ଜାନୁୟାରୀରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ୍ ଜାତୀୟ ଟିଟି ଚମ୍ପିଆନ୍‌ସିପ ସଫଳତାର ସହ ଆୟୋଜନ କରିଥିବାରୁ କଟକରେ ରାଜ୍ୟଗୋଷ୍ଠୀ ଟିଟି ଚମ୍ପିଆନ୍‌ସିପ୍ ମଧ୍ୟ ସଫଳ ହେବ ବୋଲି ଦୃଢ଼ ବିଶ୍ବାସ। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ୍‌ର ବରିଷ୍ଠ ଉପସଭାପତି ସଞ୍ଜୟ ସିଂହ ଦେଶବିଦେଶର ପ୍ରତିଯୋଗୀଙ୍କୁ ଓଡ଼ିଶାକୁ ସ୍ବାଗତ କରିଥିଲେ ଏବଂ ଏହା ଓଡ଼ିଶା କ୍ରୀଡ଼ାକୁ ନୂତନ ଦିଗ୍‌ଦର୍ଶନ ଦେବ ବୋଲି କହିଥିଲେ। ଟିଟିଏଫ୍‌ଆଇର ପରାମର୍ଶଦାତା ଧନରାଜ ଚୌଧୁରୀ ଓ ଓଡ଼ିଶା ରାଜ୍ୟ ଟିଟି ଆସୋସିଏସନ୍‌ର ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories