www.samajalive.in
Monday, December 15, 2025
27.1 C
Bhubaneswar

୩୧ କୋଟି ଦେଇ ନୂଆ ଘର କିଣିଲେ ଅମିତାଭ ବଚନ

ମୁମ୍ବଇ: ବିଗ୍‍ ‘ବି’ ଅମିତାଭ ବଚନ ୩୧ କୋଟି ଟଙ୍କା ଦେଇ ଏକ ନୂଆ ଘର କିଣିଛନ୍ତି। ପୂର୍ବରୁ ତାଙ୍କର ମୁମ୍ବଇରେ ଜଲସା, ପ୍ରତୀକ୍ଷା ସମେତ ଏକାଧିକ ବ୍ୟୟବହୁଳ ବାସଭବନ ରହିଛି। ତେବେ ନିକଟରେ ସେ ନିଜ ସଂପତ୍ତି ତାଲିକାରେ ଆଉ ଏକ ଘର ଯୋଡିଛନ୍ତି। ମୁମ୍ବଇର ଅନେ୍ଧରୀ ଉପନଗରୀୟ ଅଂଚଳରେ ସେ ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟ ୩୧ କୋଟି ଟଙ୍କା ଦେଇ ଖରିଦ କରିଛନ୍ତି। ଏକ ସୂତ୍ର ଅନୁଯାୟୀ ଅମିତାଭ କିଣିଥିବା ଏହି ଆପାର୍ଟମେଣ୍ଟ କ୍ରିଷ୍ଟାଲ ପ୍ରାଇଡ ଡେଭଲପର୍ସ ଦ୍ୱାରା ତିଆରି କରାଯାଇଛି। ଏହାର ୨୭ ଓ ୨୮ ମହଲାରେ ଥିବା ଆପାର୍ଟମେଣ୍ଟକୁ ଅମିତାଭ କିଣିଛନ୍ତି। ଏହି ଆବାସିକ କଂପ୍ଲେକ୍ସରେ ଅମିତାଙ୍କୁ ୬ଟି ଯାନ୍ତ୍ରିକ କାର୍‍ ପାର୍କିଂ ସୁବିଧା ମଧ୍ୟ ମିଳିବ। ୨୦୨୦ ଡିସେମ୍ବର ମାସରେ ଘର କ୍ରୟ ସମ୍ପର୍କିତ ରାଜିନାମା ଚୂଡାନ୍ତ ହୋଇଥିଲା। ଉକ୍ତ ଆପାର୍ଟମେଣ୍ଟ କଂପ୍ଲେକ୍ସରେ ସନି ଲିଓନେ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ ମଧ୍ୟ ଘର କିଣିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ପରିଣତ ବୟସରେ ମଧ୍ୟ ଅମିତାଭ ସଂପ୍ରତି ବଲିଉଡରେ ଅନ୍ୟତମ ବ୍ୟସ୍ତବହୁଳ ଅଭିନେତା ଭାବରେ ପରିଚିତ। ତାଙ୍କର ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର ମଧ୍ୟରେ ଇମ୍ରାନ ହାସମିଙ୍କ ‘ଚେହରେ’ ରହିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରୁମି ଜାଫ୍ରି। ଏହି ସିନେମା ପୂର୍ବରୁ ୨୦୨୦ରେ ମୁକ୍ତିଲାଭ କରିବାକୁ ଥିଲା, କିନ୍ତୁ କୋଭିଡ ୧୯ ମହାମାରୀ କାରଣରୁ ତାହାକୁ ଘୁଞ୍ଚାଇ ଦିଆଯାଇଛି। ତାହାସହିତ ଅମିତାଭଙ୍କୁ ନାଗରାଜ ମଞ୍ଜୁଳେଙ୍କ ‘ଝୁଣ୍ଡ’ରେ ମଧ୍ୟ ଦେଖିବାକୁ ମିଳିବ। ଇତିମଧ୍ୟରେ ସେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ ସୁଟିଂ ଶେଷ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories