www.samajalive.in
Saturday, December 6, 2025
23.1 C
Bhubaneswar

ଏଚଡିଏଫସି ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ନିୟାମକ ବ୍ୟବସ୍ଥା ଅନୁପାଳନ କରିନଥିବା କାରଣରୁ ଏହି ଜରିମାନା କରାଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି। ଏହା କହିଛି ଯେ ଏଚଡିଏଫସି ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ (ବିଆର) ଆଇନ, ୧୯୪୯ର ଧାରା ୬(୨) ଏବଂ ଧାରା ୮ର ଉଲ୍ଲଂଘନ କରିଛି। ବ୍ୟାଙ୍କର ଯାନବାହନ ଋଣ ପୋର୍ଟଫୋଲିଓକୁ ନେଇ ଅଭିଯୋଗ ଆସିବା ପରେ ତାହାର ଯାଞ୍ଚ କରାଯାଇଥିଲା। ସେଥିରେ ଏଚଡିଏଫସି ବ୍ୟାଙ୍କ ତାହାର ଗ୍ରାହକଙ୍କୁ ଥାର୍ଡ ପାର୍ଟି ଅଣ ଫାଇନାନ୍‍ସିଆଲ ଉତ୍ପାଦର ମାର୍କେଟିଂ ଓ ବିକ୍ରି କ୍ଷେତ୍ରରେ ବିଆର୍‍ ଆଇନରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ଲକ୍ଷ୍ୟ କରାଯାଇଥିଲା। ଏହାକୁ ଆଧାର କରି କାହିଁକି ଏହା ଜରିମାନା କରାନଯିବ ତାହାର କାରଣ ଦର୍ଶାଅ ନୋଟିସ ଏଚଡିଏଫସି ବ୍ୟାଙ୍କ ନିକଟକୁ ପଠାଯାଇଥିଲା। ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଜବାବକୁ ଅନୁଧ୍ୟାନ କରାଯିବା ପରେ ଆରବିଆଇ ଉକ୍ତ ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା କରିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories