www.samajalive.in
Saturday, December 6, 2025
19.1 C
Bhubaneswar

ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବୈଷ୍ଣୋଦେବୀ କଟରା ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପଣ କରିଛନ୍ତି। ଅମିତ ଶାହଙ୍କ ସମେତ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଓ ଅନ୍ୟ ମନ୍ତ୍ରୀମାନେ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ଆସନ୍ତା ୫ ତାରିଖରୁ ବନ୍ଦେ ଭାରତ ଏକ୍ସପ୍ରେସ ନିୟମିତ ସେବା ପ୍ରଦାନ କରିବ। ଏହି ଟ୍ରେନ ଚଳାଚଳ କରିବା ଫଳରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାତ୍ରାରେ ୪ ଘଣ୍ଟା ହ୍ରାସ ପାଇବ। ଟ୍ରେନ ଯାତ୍ରା ପାଇଁ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି।

ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ, ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନେତୃତ୍ଵରେ କାମ କରୁଥିବା ରେଳ ବିଭାଗର ସମସ୍ତ ଲୋକଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଦେବାକୁ ଚାହୁଁଛି। ଜାମ୍ମୁ-କାଶ୍ମୀରକୁ ଆଜି ନବରାତ୍ରର ଶୁଭ ଅବସରରେ ଏକ ବଡ଼ ଉପହାର ପ୍ରଦାନ କରିବାର କାମ କରିଛି। ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସମସ୍ତ ଯାତ୍ରା ସ୍ଥଳ ପର୍ଯ୍ୟନ୍ତ ସବୁ ଯାତ୍ରୀ ସୁଗମ ଏବଂ ସରଳ ଭାବେ ଯେପରି ପହଞ୍ଚିପାରିବେ ସେଥିଲାଗି ସରକାର ଅନେକ ପଦକ୍ଷେପ ନେଇଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories