ବାଲେଶ୍ୱର : ବାଲେଶ୍ୱରର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ଘରର ତୃତୀୟ ମହଲାରେ ବୁଧବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟି ଛାତ ଉଡ଼ିଯାଇଛି। ପ୍ରାୟ ରାତି ୨ଟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ମାତ୍ରା ଅତ୍ୟଧିକ ଥିବାରୁ ଖଣ୍ଡ ବିଖଣ୍ଡିତ ଛାତର ଅଂଶ ପ୍ରାୟ ୫୦ ମିଟର ଦୂରକୁ ଛିଟକି ପଡ଼ିଥିବା ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ କାଳିଚରଣଙ୍କ ପୁଅ ବାଦଲ ଓରଫ ସୁଜନ ମହାପାତ୍ର (୩୫)କୁ ପୁଲିସ ଅଟକ ରହିଛି। ବେଆଇନ ବାଣ ତିଆରି ହେଉଥିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Popular Categories



