ବିଶାଖାପାଟଣା: ବିଶାଖାପାଟଣାରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଦମଦାର ଶତକ ହାସଲ କରିଛନ୍ତି ଓପନର ମୟଙ୍କ ଅଗ୍ରୱାଲ। ଗତକାଲି ପ୍ରଥମ ଦିନରେ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଦିନରେ ମୟଙ୍କ ଅଗ୍ରୱାଲ ଶତକ ହାସଲ କରିଛନ୍ତି। ଦୁଇ ଓପନର ବ୍ୟାଟ୍ସମ୍ୟାନ୍ଙ୍କ ଶତକ ପରେ ବର୍ତ୍ତମାନ ଭାରତ ପ୍ରଥମ ଟେଷ୍ଟରେ ଦୃଢ ସ୍ତିତିରେ ରହିଛି। ପ୍ରଥମ ଦିନରେ ଭାରତ ୫୯.୧ ଓଭରର ଖେଳି କୌଣସି ୱକେଟ ନ ହରାଇ ୨୦୨ ରନ ସଂଗ୍ରହ କରିଥିଲା। ଗୁରୁବାର ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ମୟଙ୍କ ଅଗ୍ରୱାଲ ଗତକାଲିର ବ୍ୟକ୍ତଗତ ସ୍କୋର ୮୪ ରନରୁ ଖେଳ ଆରମ୍ଭ କରି ୨୦୨ଟି ବଲ୍ ରେ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ।
ବିଶାଖାପାଟଣା ଟେଷ୍ଟ: ଦ୍ୱିତୀୟ ଦିନରେ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କଲେ ମୟଙ୍କ ଅଗ୍ରୱାଲ
Popular Categories



