www.samajalive.in
Monday, December 15, 2025
27.1 C
Bhubaneswar

ଆଗୁଆ ନିର୍ବାଚନ ସମ୍ଭାବନା ନାହିଁ: ଅମିତ ଶାହା

ନୂଆଦିଲ୍ଲୀ: ଦେଶରେ ଆଗୁଆ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ନାହିଁ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି। ତେଲେଙ୍ଗାନାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଯେ ୨୦୧୯ ଏପ୍ରିଲ୍‍/ମେ’ ମାସରେ ହିଁ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଲେଙ୍ଗାନାର ସମସ୍ତ ୧୧୯ ବିଧାନସଭା ଆସନ ଓ ୧୭ଟି ଲୋକସଭା ଆସନରେ ଏକାକୀ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଟିଆରଏସ୍‍ ସରକାରଙ୍କ ଦୁର୍ନୀତି ଓ ପାରିବାରିକ ରାଜନୀତି ବିରୋଧରେ ଲଢ଼ିବାକୁ ଦଳୀୟ କର୍ମୀଙ୍କୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ଯେ ଭୋଟବ୍ୟାଙ୍କ ରାଜନୀତି ଯୋଗୁଁ ଟିଆରଏସ୍‍ ସରକାର ସଂଖ୍ୟାଲଘୁଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି। ଏହା ସମ୍ବିଧାନ ବିରୋଧୀ। ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।। କିନ୍ତୁ ସୁଯୋଗ ସବୁବେଳେ ଉନ୍ମୃକ୍ତ ରହିଛି। ଯଦି ସେଭଳି ପରିସ୍ଥିିତି ସୃଷ୍ଟି ହୁଏ ତେବେ ଆଞ୍ଚଳିକ ଦଳ ସହିତ କେନ୍ଦ୍ରୀୟ ନେତୃତ୍ୱ ପ୍ରାକ ନିର୍ବାଚନୀ କିମ୍ବା ନିର୍ବାଚନୀ ପରବର୍ତ୍ତୀ ମେଣ୍ଟ କରିବାର ନିଷ୍ପତ୍ତି ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ସାଧାରଣ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ଶାହା କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories