www.samajalive.in
Tuesday, December 9, 2025
15.1 C
Bhubaneswar

‘କଂଗ୍ରେସକୁ ଶାସ୍ତିବିଧାନର ସମୟ ଆସିଛି’ : ଶାହା

ନୂଆଦିଲ୍ଲୀ : ସଂଶୋଧିତ ନାଗରିକତ୍ବ ଆଇନ (ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଓ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ଦାୟୀ କରିଛନ୍ତି। କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରି ହିଂସାକାଣ୍ଡ ପାଇଁ ଉସୁକାଉଛି ବୋଲି ସେ ଅଭିଯୋଗ କରିବା ସହ ଏହି ଦଳକୁ ଶାସ୍ତି ଦେବାର ସମୟ ଆସିଥିବା ଶାହା କହିଛନ୍ତି। କଂଗ୍ରେସକୁ ସେ ‘ତୁକ୍‌ଡେ ତୁକ୍‌ଡେ ଗ୍ୟାଙ୍ଗ’ ଭାବେ ଅଭିହିତ କରିଛନ୍ତି। ଏହା ଲୋକଙ୍କୁ ସିଏଏ ସମ୍ପର୍କରେ ମିଛ କଥା କହୁଛି ଓ ଦେଶରେ ଅଶାନ୍ତି ସୃଷ୍ଟି କରୁଛି। ଦିଲ୍ଲୀବାସୀ ଏହି ଦଳକୁ ଉପଯୁକ୍ତ ଦଣ୍ଡ ଦିଅନ୍ତୁ ବୋଲି ଶାହା ଏକ ସାଧାରଣ ସଭାରେ କହିଛନ୍ତି। ସେହିପରି ଆପ୍‌କୁ ସମାଲୋଚନା କରି ସେ କହିଛନ୍ତି ଯେ ଏହି ଦଳ କେନ୍ଦ୍ରର ବିକାଶମୂଳକ ଯୋଜନା ଚୋରି କରି ବାହାଦୁରୀ ନେଉଛି। କେନ୍ଦ୍ର ସରକାର ଦିଲ୍ଲୀର ବିକାଶ କରାଉଥିବାବେଳେ ଆପ୍‌ ସରକାର ଏହାକୁ ନିଜର ବୋଲି ଦର୍ଶାଉଛନ୍ତି। ଆପ୍‌ ସରକାର ଦିଲ୍ଲୀବାସୀଙ୍କ ପାଇଁ କିଛି କରିନାହାନ୍ତି ବୋଲି ଶାହା କହିଛନ୍ତି। ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶାହା ଏଥିପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀ​‌େ​ର ବୁଧବାର ମୋଦୀ ଏକ ସଭାରେ ଆପ୍‌ ସରକାରକୁ ସମାଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories