www.samajalive.in
Saturday, December 6, 2025
16.1 C
Bhubaneswar

‘ଠଗ୍ସ ଅଫ୍‍ ହିନ୍ଦୁସ୍ଥାନ’ ବିଫଳତାକୁ ନେଇ ମୁହଁ ଖୋଲିଲେ ଅମୀର

ମୁମ୍ବାଇ : ବଲିଉଡ ପରଫେକ୍ଟନିଷ୍ଟ ଅମୀର ଖାନଙ୍କ ଅଭିନୀତ ଠଗ୍ସ ଅଫ୍‍ ହିନ୍ଦୁସ୍ଥାନ ଚଳଚ୍ଚିତ୍ର ସାମାଜିକ ଗଣମାଧ୍ୟରେ ସମାଲୋଚନାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଦୀପାବଳି ଉପଲକ୍ଷେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଠକୁଥିବା କହିଥିବାବେଳେ ଅନ୍ୟ କେତେଜଣ ଏହା ଚଳିତବର୍ଷର ସବୁଠାରୁ ଖରାପ ଚଳଚ୍ଚିତ୍ର କହୁଥିବା ଜଣାପଡିଛି। ସମସ୍ତ ସମାଲୋଚନାର ଶିକାର ପରେ ଅଭିନେତା ଅମୀର ଖାନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଚଳଚ୍ଚିତ୍ରର ବର୍ତ୍ତମାନ ସ୍ଥିତି ଯାହା ହେଉନା କାହିଁକି ମୁଁ ଚଳଚ୍ଚିତ୍ର ସପକ୍ଷରେ ହିଁ ରହିବି। କାରଣ ଚଳଚ୍ଚିତ୍ରକୁ ସୁପରହିଟ କରାଇବା ପାଇଁ ଟିମ ବହୁ କଷ୍ଟ କରିଛି ଆଉ କାମ କରିବା ସମୟରେ ବହୁତ ଖୁସି ଅନୁଭବ କରିଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଆମେମାନେ ବହୁ କଷ୍ଟରେ ଚଳଚ୍ଚିତ୍ର ନିର୍ମାଣ କରିଥିଲୁ। ଏହି ଚଳଚ୍ଚିତ୍ର ସୁଟିଂର ଅନୁଭବ ମୋ ଜୀବନରେ ଏକ ସ୍ମୃତି ହୋଇ ରହିଯିବ। ଚଳଚ୍ଚିତ୍ରର ଭାଗ୍ୟ କୁଆଡେ ଯିବ ସେ ଜାଣିନଥିବା କହିଛନ୍ତି। ଏହି ଦୁଇ ବର୍ଷ ଚଳଚ୍ଚିତ୍ର ନିର୍ମାଣ ସମୟରେ ବହୁତ ଅନୁଭୂତି ହାସଲ କରିଛି ତେଣୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଚଳଚ୍ଚିତ୍ରରେ ବିଜୟ କୃଷ୍ଣା ଆଚାର୍ଯ୍ୟ ନିର୍ଦେଶନା ଦେବା ସହ ଆଦିତ୍ୟ ଚୋପ୍ରା ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି। ଏହାସହ ବିଗ୍‍ ବି ଅମିତାଭ ବଚ୍ଚନଙ୍କ ସହ ପ୍ରଥମ ଥର ପାଇଁ ଅମୀର ଖାନ୍‍ ଅଭିନୟ କରିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories