www.samajalive.in
Saturday, December 6, 2025
17.1 C
Bhubaneswar

ଖୁବଶୀଘ୍ର ମୋଦୀଙ୍କୁ ଭେଟିବେ କହିଲେ ଟ୍ରମ୍ପ; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମେରିକାରେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚାଲିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥର ପୁଣି ଥରେ ପ୍ରାର୍ଥୀ ହୋଇଥିବା ବେଳେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏପରି କିଛି କହିଛନ୍ତି ଯାହାକୁ ବୁଝିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର। ଗୋଟିଏ ପଟେ ସେ କହିଛନ୍ତି ଯେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଆମେରିକା-ଭାରତ ବାଣିଜ୍ୟିକ ସମ୍ପର୍କକୁ ଭାରତ ଅଧିକ ଅପବ୍ୟବହାର କରୁଛି। ତେବେ ଟ୍ରମ୍ପ ମୋଦୀଙ୍କ କେଉଁଠି ଓ କିଭଳି ଭେଟିବେ ସେନେଇ କିଛି ସୂଚନା ଦେଇନାହାଁନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ହେବ ବୋଲି ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ତେବେ ନଭେମ୍ବରରେ ମୋଦୀ ଆମେରିକା ଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ୨୧ ସେପ୍ଟେମ୍ବରରେ ଆମେରିକାର ଡେଲାୱେରଠାରେ ଅଷ୍ଟ୍ରେଲିଆ, ଭାରତ ଏବଂ ଜାପାନର ନେତାଙ୍କ ସହ କ୍ୱାଡ୍‌‌ ଶିଖର ସମ୍ମିଳନୀରେ ମୋଦୀ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ସେ ଟ୍ରମ୍ପଙ୍କୁ ଭେଟିବା ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି। ଆମେରିକାରେ ବହୁ ସଂଖ୍ୟାରେ ଭାରତୀୟ ବଂଶୋଦ୍ଭବ ବସବାସ କରୁଛନ୍ତି। ମୋଦୀଙ୍କୁ ଭେଟି ଟ୍ରମ୍ପ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରିବେ। କାରଣ କମଳା ହାରିସ୍‌‌ ଭାରତୀୟ ବଂଶୋଦ୍ଭବରୁ ନିର୍ବାଚନ ସମୟରେ ଭାରତୀୟଙ୍କ ସମର୍ଥନ ତାଙ୍କ ପ୍ରତି ରହୁଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories