www.samajalive.in
Saturday, December 6, 2025
15.1 C
Bhubaneswar

‘‘ଭାରତକୁ ଭଲପାଏ ଆମେରିକା, ଧନ୍ୟବାଦ ବନ୍ଧୁ’’: ମୋଦୀଙ୍କ ଶୁଭେଚ୍ଛା ପରେ କହିଲେ ଟ୍ରମ୍ପ

ନୂଆଦିଲ୍ଲୀ : ଗତକାଲି ଆମେରିକା ପାଳନ କରିଛି ୨୪୪ ତମ ସ୍ବାଧୀନତା ଦିବସ । ଆମେରିକାର ସ୍ବାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ ମାଧ୍ୟମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକାର ନାଗରିକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ବିଟରେ ଆମେିକାର ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇ ଲେଖିଥିଲେ ‘ମୁଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକାର ଲୋକଙ୍କୁ ୨୪୪ତମ ସ୍ୱାଧୀନତା ଦିବସରେ ଅଭିନନ୍ଦନ ଜଣାଉଛି। ଦୁନିଆର ସର୍ବବୃହତ ଗଣତନ୍ତ୍ର ଭାବରେ ଆମେ ସ୍ୱାଧୀନତା ଏବଂ ମାନବ ଉଦ୍ୟୋଗକୁ ଗୁରୁତ୍ୱ ଦେଉ ଏବଂ ଏହାକୁ ଏହି ମୂଲ୍ୟବୋଧ ସହିତ ପାଳନ କରୁ’ ।


ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ଦ୍ୱାରା ଟୁଇଟରେ ଜଣାଯାଇଥିବା ଶୁଭେଚ୍ଛାର ପ୍ରତିଉତ୍ତର ଦେଇଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇ ଆମେରିକା ଭାରତକୁ ଭଲ ପାଏ ବୋଲି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟର ଜବାବରେ ଆମେରିକାର ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି, ‘ମୋର ବନ୍ଧୁ ଧନ୍ୟବାଦ, ଆମେରିକା ଭାରତକୁ ଭଲ ପାଏ’।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories