www.samajalive.in
Saturday, December 6, 2025
23.1 C
Bhubaneswar

ଆଜିଠୁ ପୁରୀ ପ୍ରବେଶ ଉପରେ କଟକଣା

ପୁରୀ : ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଜିଲା ପ୍ରଶାସନ। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି। କୋଣାର୍କ ସମେତ ଜିଲାର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ କୋଣାର୍କ ମନ୍ଦିରରେ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦେବା ଉଚିତ ହେବ ନାହିଁ ବୋଲି ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି। ଆଗାମୀ ୬ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଥିଲା। ଏହାର ଠିକ୍‌ ଗୋଟିଏ ଦିନ ପରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଜିଲାପାଳ ସେଥିରେ ରୋକ୍‌ ଲଗାଇଛନ୍ତି।
ସେହିପରି ଜରୁରୀ କାମ ନଥିଲେ ପୁରୀ ଜିଲାକୁ ନ ଆସିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାହାର ଲୋକଙ୍କୁ ପରାମର୍ଶ ଦିଆଯାଇଛି। ରବିବାରଠାରୁ ଜିଲାର ୩ଟି ମୁଖ୍ୟ ପ୍ରବେଶପଥରେ ବ୍ୟାରିକେଡ କରାଯାଇ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯିବ ବୋଲି ଜିଲାପାଳ କହିଛନ୍ତି। ଜିଲା ବାହାରୁ ଆସୁଥିବା ଲୋକଙ୍କ ପରିଚୟପତ୍ର ଯାଞ୍ଚ ନିମନ୍ତେ ନିର୍ଦେଶ ଦିଆଯାଇଛି। ରଥଯାତ୍ରା ସହ ସଂପୃକ୍ତ ସେବକ ଏବଂ କର୍ମଚାରୀଙ୍କ ପୁଣିଥରେ କୋଭିଡ ପରୀକ୍ଷା କରାଯିବ ବୋଲି ଜିଲାପାଳ କହିଛନ୍ତି। ଚଳିତମାସ ୩୧ ପର୍ଯ୍ୟନ୍ତ ଅନ୍ୟ ଜିଲା ଲୋକଙ୍କୁ ପୁରୀ ଜିଲାରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କଟକ ଆଚାର୍ଯ୍ୟ ହରିହର କର୍କଟରୋଗ ଗବେଷଣା କେନ୍ଦ୍ର ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ପରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ କଟକଣା ଜାରି ପାଇଁ ପ୍ରଶାସନ ସ୍ଥିର କରିଛି। ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଜରୁରୀ ପରିସ୍ଥିତି ବିନା ଚିକିତ୍ସା ପାଇଁ ଜିଲା ସଦର ହାସପାତାଳ ନଯାଇ ଟେଲି ହେଲଥ୍‌ ବ୍ୟବସ୍ଥା ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଶନିବାରଠାରୁ ପୁରୀ ସହରର ୩୨ଟି ୱାର୍ଡରେ ଘର ଘର ବୁଲି କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିପାଇଁ ୩୨ ଗୋଟି ଦଳ ଗଠନ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories