www.samajalive.in
Saturday, December 6, 2025
14.1 C
Bhubaneswar

ବିଜେପି ପକ୍ଷରୁ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ଜିଲା ବିଜେପି ପକ୍ଷରୁ ଜିଲ୍ଳା କାର୍ଯ୍ୟାଳୟଠାରେ ସମ୍ବିଧାନର ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡକ୍ଟର ଆମ୍ବେଦକରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯିବା ପରେ ତାଙ୍କର ବହୁମୁଖୀ ପ୍ରତିଭା ଉପରେ ବିଜେପିର ନେତାମାନେ ଆଲୋଚନା କରିଥିଲେ।

ଏହି ବୈଠକରେ ବିଜେପିର ବରିଷ୍ଠ ନେତା ମନୋରଂଜନ ଦାଶ, ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ଶ୍ୟାମସୁନ୍ଦର ପୁରୋହିତ, ମାଗୁଣି ଗାଈଗୌରିଆ, ପୁର୍ଣ୍ଣ ଗାଇଗୌରିଆ, ଅରୁଣ ସେଠୀ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତା ରାଣୀ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲାର ୧୦ ଗୋଟି ମଣ୍ଡଳ ଓ ୭୩ଟି ଶକ୍ତିକେନ୍ଦ୍ରରେ ମଧ୍ୟ ପାଳନ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories