ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୁଲିସ ବିଭାଗ ତରଫରୁ ଆଜି ସ୍ଥାନୀୟ ଆରକ୍ଷୀ ପଡିଆଠାରେ ୫୮ ତମ ଗୃହରକ୍ଷୀ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଏଚ ହୃଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଥାନାରୁ ଗୃହରକ୍ଷୀମାନେ ଯୋଗଦେଇ ଏଠାରେ ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ଇନ୍ସପେକ୍ଟର ବିକ୍ରମ ଦାସ, ଡ଼ିଏସପି ଡ଼ିଆଇବି ବେଣୁଧର ଭୋଇ, ସରଜେଣ୍ଟ ସାନ୍ତନୁ ପ୍ରଧାନୀ ଏବଂ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମଦ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



