ଆମ୍ବେଦକରଙ୍କ ଚିନ୍ତାଧାରାର ଏବେ ବି ପ୍ରାସଙ୍ଗିକତା ରହିଛି

ନୂଆଦିଲ୍ଲୀ: ଯେଉଁ ସମୟରେ ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି ଏବଂ ନୂଆ ସରକାର ଗଠନ ପାଇଁ ସମସ୍ତ ପ୍ରକ୍ରିୟା ଆଗେଇ ଚାଲିଛି, ସେତିକି ବେଳେ ଆମ ସମ୍ବିଧାନର ନିର୍ମାତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ଦେଶ ଧୁମଧାମରେ ପାଳନ କରୁଛି। ସବୁ ରାଜନୈତିକ ଦଳ ଏହି ଅବସରରେ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ନିର୍ମାଣ ପାଇଁ ସେମାନଙ୍କ ସଂକଳ୍ପ କଥା କହିଛନ୍ତି। ୧୮୯୧ ମସିହା ଆଜିର ଦିନରେ ସ୍ୱଗର୍ତ ଆମ୍ବେଦକର ମଧ୍ୟପ୍ରଦେଶର ତତ୍‍କାଳୀନ ମାହୋ ଓ ବର୍ତ୍ତମାନର ଡକ୍ଟର ଆମ୍ବେଦକର ନଗରଠାରେ ଜନ୍ମଗ୍ରହଣ କରିଥିଲେ। ସମଗ୍ର ଦେଶରେ ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରବିବାର ସକାଳେ ସଂସଦ ଭବନ ପରିସରରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‍ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମରେ ଦୃଢ଼ ନେତୃତ୍ୱ ଗ୍ରହଣ କରିଥିବା ବାବାସାହେବ ସର୍ବଦା ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ବହୁ ପ୍ରକାର ପଦକ୍ଷେପ ନେଇଥିଲେ।

ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଆମ୍ବେଦକରଙ୍କ ପ୍ରତି ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।

Comments are closed.