www.samajalive.in
Friday, December 5, 2025
26.1 C
Bhubaneswar

ଆଜିଠୁ ଅମରନାଥ ଯାତ୍ରା: ପ୍ରଥମ ଦଫାରେ ଜାମ୍ମୁ ଛାଡ଼ିଲେ ୫୮୯୨ ଶ୍ରଦ୍ଧାଳୁ

ଜାମ୍ମୁ : ଆଜିଠୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ପ୍ରଥମ ବ୍ୟାଚ ଶ୍ରଦ୍ଧାଳୁଙ୍କ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଜାମ୍ମୁରେ ପହଞ୍ଚିବାପରେ ନାମ ପଞ୍ଜୀକରଣ କରିଥିଲେ। ବୁଧବାର କଡା ସୁରକ୍ଷା ମଧ୍ୟରେ ପ୍ରଥମ ଦଫାରେ ୫୮୯୨ ଶ୍ରଦ୍ଧାଳୁ ପହଲଗାଓଁ ଓ ବାଲ୍‌ତାଲ ଅଭିମୁଖେ ଯାତ୍ରା କରିଛନ୍ତି। ଏଥିମଧ୍ୟରୁ ୩୪୦୩ ଶ୍ରଦ୍ଧାଳୁ ପହଲଗାଓଁ ଏବଂ ୨୪୮୯ ଶ୍ରଦ୍ଧାଳୁ ବାଲ୍‌ତାଲ ମାର୍ଗ ଦେଇ ଅମରନାଥ ଗୁମ୍ଫାକୁ ଯାତ୍ରା କରିବେ ବୋଲି ଜଣାପଡିଛି। ଶ୍ରଦ୍ଧାଳୁମାନେ ‘ଭାରତ ମାତା କୀ ଜୟ’, ‘ବମ୍‌ ବମ୍‌ ଭୋଲେ’ ଏବଂ ‘ବର୍ଫାନି ବାବା ନେ ବୁଲାୟା’ ସ୍ଲୋଗାନ ଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଏପ୍ରିଲ ୨୨ରେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାମ୍ମୁ-କାଶ୍ମୀର ପୁଲିସ, ସେନା ଓ ଅର୍ଦ୍ଧସାମରିକ ବାହିନୀର ୧୮୦ କମ୍ପାନୀ ଯବାନଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ଅମରନାଥ ଗୁମ୍ଫାରେ ପହଞ୍ଚିବାକୁ ପହଲଗାଓଁ ରୁଟ୍‌ରେ ୪୬ କିମି ପଥ ଅତିକ୍ରମ କରିବାକୁ ପଡୁଥିବାବେଳେ ବାଲତାଲ୍‌ ରୁଟ୍‌ରେ କେବଳ ୧୪ କିମି ପଥ ଅତିକ୍ରମ କରିବାକୁ ପଡିଥାଏ। ତେବେ ବାଲ୍‌ତାଲ ରୁଟ୍‌ ଅଧିକ ଦୁର୍ଗମ ହୋଇଥିବାରୁ ଅଧିକାଂଶ ଶ୍ରଦ୍ଧାଳୁ ପହଲଗାଓଁ ରୁଟ୍‌କୁ ପସନ୍ଦ କରିଥାନ୍ତି। ପହଲଗାଓଁରୁ ଯାତ୍ରାରମ୍ଭ କରୁଥିବା ଶ୍ରଦ୍ଧାଳୁ ଚନ୍ଦନବାଡି, ଶେଷନାଗ ଓ ପଞ୍ଚତରଣି ଦେଇ ଗୁମ୍ଫାରେ ପହଞ୍ଚିଥାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରାୟ ଚାରିଦିନ ସମୟ ଲାଗିଥାଏ। ଏହି ଯାତ୍ରା ଅଗଷ୍ଟ ୯ (ରାଖି ପୂର୍ଣ୍ଣିମା) ପର୍ଯ୍ୟନ୍ତ ଚାଲିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories