www.samajalive.in
Saturday, December 6, 2025
23.1 C
Bhubaneswar

୪୦ ବର୍ଷ ହେଲା ନିଜ ହାତ ଉପରକୁ ଉଠାଇ ରଖିଛନ୍ତି ଏହି ସାଧୁ; ଜାଣନ୍ତୁ କାରଣ..

କ’ଣ ଆପଣ ନିଜ ହାତକୁ ୧୦ ମିନିଟ୍ ପାଇଁ ଉପରକୁ ଟେକି ରଖିପାରିବେ? ଏପରି କରିବା କଷ୍ଟକର ମନେ ହେଉଥିବ। ପିଲାଦିନର ଦଣ୍ଡ ସମସ୍ତଙ୍କର ମନେଥିବ, ଶିକ୍ଷକ କିଭଳି ହାତ ଉପରକୁ କରି ଠିଆ ହେବାର ଦଣ୍ଡ ଦେଉଥିଲେ। ୨ କିମ୍ବା ୩ ମିନିଟ୍ ପରେ ଅବସ୍ଥା ଖରାପ ହେବାକୁ ଲାଗୁଥିଲା। ହେଲେ ଭାରତରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାର ହାତ କିଛି ଘଣ୍ଟା କିମ୍ବା ଦିନ ପାଇଁ ନୁହେଁ ବରଂ ୪୦ ବର୍ଷରୁ ଅଧିକ ସମୟ ଧରି ଉପରକୁ ଉଠି ରହିଛି। ସାମାଜିକ ଗଣମାଧ୍ୟମରେ ତାଙ୍କ ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଫଟୋରେ ନଜର ଆସୁଥିବା ଏହି ବାବାଙ୍କ ନାମ ହେଉଛି ଅମର ଭାରତୀ। ୧୯୭୩ ମସିହାରେ ସେ କିଛି ଏପରି କରିବାକୁ ନିଷ୍ପତ୍ତି ନେଲେ, ଯାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ଆଜ୍ଞା ହଁ, ୧୯୭୩ ମସିହାରୁ ଆଜି ପର୍ଯ୍ୟନ୍ତ ଅମର ଭାରତୀ ନିଜ ଡାହାଣ ହାତ ଉପରକୁ ଉଠାଇ ରଖିଛନ୍ତି। ଫଟୋ ଦେଖି ଆପଣ ଅନୁମାନ କରିପାରୁଥିବେ ଯେ, ଏତେ ବର୍ଷ ଧରି ଉପରକୁ ଉଠି ରହିଥିବା ହାତର ଅବସ୍ଥା କ’ଣ ହୋଇଗଲାଣି। କିଛି ବର୍ଷ ମଧ୍ୟରେ ଅମର ଭାରତୀଙ୍କ ହାତ ଶୁଖିଯାଇ କାଠି ପରି ହୋଇଗଲା। ଅମର ଭାରତୀଙ୍କ ଏହି ନିଷ୍ପତ୍ତିକୁ ପ୍ରଭୁଙ୍କ ପ୍ରତି ତାଙ୍କ ସମର୍ପଶ ଏବଂ ବୈଶ୍ବିକ ସମନ୍ୱୟ ରକ୍ଷା କରିବା ପାଇଁ ତାଙ୍କ ମିଶନର ପ୍ରତୀକ ଭାବେ ବିବେଚନା କରାଯାଉଛି। ଅମର ଭାରତୀ ତାହା କରୁଛନ୍ତି, ଯାହା ଚାହିଁଲେ ମଧ୍ୟ କେହି କରିପାରିବେ ନାହିଁ। ଯେଉଁମାନେ ତାଙ୍କୁ ଦେଖୁଛନ୍ତି ସେମାନେ ତାଙ୍କ ଶକ୍ତି, ଭକ୍ତି ଏବଂ ଉତ୍ସାହର ପ୍ରଶଂସା ନକରି ରହି ପାରୁନାହାନ୍ତି।

- Advertisement -


ଟ୍ବିଟରର ହିଷ୍ଟୋରିକ୍‌ ଭିିଡ୍‌ସ ନାମକ ଆକାଉଣ୍ଟରୁ ଅମର ଭାରତୀଙ୍କ ଫଟୋ ଶେୟାର କରାଯାଇଛି। ଏଠାରେ ସୂଚନାଯୋଗ୍ୟ, ଅମର ଭାରତୀ ଜଣେ ପ୍ରସିଦ୍ଧ ସାଧୁ, ଯିଏ କୁମ୍ଭ ମେଳା ଓ ମହତ୍ବପୂର୍ଣ୍ଣ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇଥାଆନ୍ତି। ତାଙ୍କ ଜୀବନକାଳ ବିଷୟରେ କହିବାକୁ ଗଲେ, ୧୯୭୦ ପୂର୍ବରୁ ଅମର ଜଣେ ମଧ୍ୟବିତ୍ତ ପରିବାରର ବ୍ୟକ୍ତି ଥିଲେ, ଯିଏ ସାଧାରଣ ଜୀବନଯାପନ କରୁଥିଲେ। ସାଧାରଣ ଲୋକଙ୍କ ପରି ସେ ମଧ୍ୟ ଚାକିରୀ କରିଥିଲେ। ଘରେ ପତ୍ନୀ ଓ ପିଲା ଥିଲେ। କିନ୍ତୁ ଦିନେ ସେ ସକାଳୁ ଉଠିଲେ ଏବଂ ଭଗବାନ ଶିବଙ୍କ ସେବାରେ ନିଜର ସମଗ୍ର ଜୀବନ ସମର୍ପିତ କରିବାର ନିଷ୍ପତ୍ତି ନେଲେ। ଏହାପରେ ଆଉ ପଛକୁ ଫେରି ଚାହିଁ ନଥିଲେ। ଇଣ୍ଟରନେଟ୍ ବ୍ୟବହାରକାରୀମାନେ ବାବାଙ୍କ ଭକ୍ତିକୁ ବେଶ୍‌ ପ୍ରଶଂସା କରୁଛନ୍ତି। କେହି କେହି ସେମାନଙ୍କ ଆଖିକୁ ବିଶ୍ବାସ କରିପାରୁ ନାହାନ୍ତି ତ ଆଉ କିଏ ପଚାରୁଛନ୍ତି ଇଏ ଶୁଅନ୍ତି କିପରି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories