www.samajalive.in
Saturday, December 6, 2025
16.1 C
Bhubaneswar

ବନ୍ଦ ହେବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’!

ଭଦ୍ରକ: ବିଜେଡି ସରକାର ଅମଳର ବହୁଚର୍ଚ୍ଚିତ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ବନ୍ଦ ହେବ। ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା। ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ନୂଆ ଯୋଜନାକୁ ରାଜ୍ୟ ସରକାର ଇତମିଧ୍ୟରେ ଅନୁମୋଦନ କରିସାରିଛନ୍ତି। ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ମାର୍ଗଦର୍ଶିକା ପ୍ରସ୍ତୁତି ସରିଥିବାବେଳେ ପୂର୍ବ ସରକାରର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ଖର୍ଚ୍ଚ ହିସାବ ଖୋଜିଛି ପଞ୍ଚାୟତିରାଜ ବିଭାଗ। ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଜାନୁଆରୀ ୩୦ରେ ୩୦ଟି ଜିଲାର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ)ଙ୍କୁ ଏ ବାବଦ ଚିଠି ଲେଖି କେଉଁ ଜିଲାରେ କେତେ ଟଙ୍କା ପଡ଼ି ରହିଛି, ତାହା ଜାଣିବାକୁ ଚାହିଁଛନ୍ତି। ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ଅନେକ ପ୍ରକଳ୍ପର କାର୍ଯ୍ୟ

ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବା ପଞ୍ଚାୟତିରାଜ ବିଭାଗ ପାଖରେ ଖବର ରହିଛି। ଆରମ୍ଭ ହୋଇ ନଥିବା ପ୍ରକଳ୍ପ ବାବଦ ଅନୁଦାନ, ଅଧାପନ୍ତରିଆ ଅବସ୍ଥାରେ ଥିବା ପ୍ରକଳ୍ପର ବଳକା ଅନୁଦାନ ଏବଂ ପ୍ରଶାସନିକ ଖର୍ଚ୍ଚ ବାବଦ ମଞ୍ଜୁର ଅନୁଦାନର ବଳକା ଅର୍ଥ କେତେ ରହିଛି, ତା’ର ହିସାବ ଜିଲା ଉନ୍ନୟନ ଅଧିକାରୀଙ୍କୁ ମଗାଯାଇଛି। କେଉଁ ଜିଲାକୁ ମୋଟ କେତେ ଟଙ୍କା ଯାଇଥିଲା, ପିଏଲ(ପର୍ସନାଲ ଲେଜର) ଆକାଉଣ୍ଟରେ କେତେ ଟଙ୍କା ଗଚ୍ଛିତ ଅଛି, ଯୋଜନାର ପ୍ରଶାସନିକ ଖର୍ଚ୍ଚ ବାବଦ ଜିଲା ଅଥବା ବ୍ଲକସ୍ତରରେ କେତେ ଟଙ୍କା ଗଚ୍ଛିତ ଅଛି, ତାହା ଜଣାଇବାକୁ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ କୁହାଯାଇଛି। ତେବେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାର ଅଧାପନ୍ତରିଆ ଅବସ୍ଥାରେ ଥିବା ପ୍ରକଳ୍ପକୁ ବର୍ତ୍ତମାନ ସରକାର ବିକଶିତ ଗାଁ, ଓଡ଼ିଶା ଯୋଜନାରେ ସାମିଲ କରି ପୂର୍ଣ୍ଣାଙ୍ଗ କରିବା ଲକ୍ଷ୍ୟ ରଖିଥିବା କୁହାଯାଇଛି।

- Advertisement -

ସୂଚନାଥାଉକି, ନିର୍ବାଚନୀ ବର୍ଷରେ ଗତ ବିଜେଡି ସରକାର ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରିଥିଲେ। ଗ୍ରାମାଞ୍ଚଳରେ ଭିତ୍ତିଭୂମି ଉନ୍ନୟନ ସାଙ୍ଗକୁ ବିଭିନ୍ନ ଧର୍ମୀୟ ଅନୁଷ୍ଠାନର ଉନ୍ନତୀକରଣ ଓ ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ଏହି ଅର୍ଥ ବ୍ୟୟ ସମ୍ପର୍କରେ ସୂଚନା ଦିଆଯାଇଥିଲା। ରାଜ୍ୟ ସରକାର ଏଥିପାଇଁ ପ୍ରଥମ ଦଫାରେ ୪ ହଜାର କୋଟି ଟଙ୍କା ୩୦ ଜିଲାକୁ ପ୍ରଦାନ କରିଥିବା କୁହାଯାଇଥିଲା। ତେବେ ନିର୍ବାଚନ ବେଳେ ଏହି ଯୋଜନାର ଅର୍ଥ ଦଳୀୟ ଭିତ୍ତିରେ ଖର୍ଚ୍ଚ ହେଉଥିବା ତଥା ବାଟମାରଣା ହେଉଥିବା ନେଇ ଅଭିଯୋଗ ଆସିଥିଲା। ସରକାର ବଦଳିବା ପରେ ସ୍ୱତଃ ଯୋଜନାର ଅସ୍ତିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories